୪ ଦିନ ପରେ ବି ପୋଡା ହୋଇପାରୁନି ଶବ। ନ୍ୟାୟ ଦାବିରେ ମୃତଦେହ ଧରି ଧାରଣାରେ ଯୁବକଙ୍କ ପରିବାର। 

୪ ଦିନ ପରେ ବି ପୋଡା ହୋଇପାରୁନି ଶବ। ନ୍ୟାୟ ଦାବିରେ ମୃତଦେହ ଧରି ଧାରଣାରେ ଯୁବକଙ୍କ ପରିବାର। 

କନକ ବ୍ୟୁରୋ: ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ । ଷଡଯନ୍ତ୍ର କରି ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲା ପରିବାର ଲୋକ । ଖାଲି ସେିତିକି ନୁହେଁ ଦୋଷୀକୁ ଧରାଯିବା ସହ ଦୃଢକାର୍ଯ୍ୟନୁଷ୍ଠାନ ଦାବିରେ ମୃତଦେହକୁ ୪ ଦିନହେଲା ପକାଇ ରଖିଛନ୍ତି । ଯେଉଁ ପର୍ଯ୍ୟନ୍ତ ନ୍ୟାୟ ନମିଳିଛି ସେଯାଏ ମୃତଦେହ ପଡିରହିବ ବୋଲି ଜିଦ୍ରେ ବସିଛନ୍ତି ମୃତକଙ୍କ ପରିବାର ଲୋକେ ।

ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦ୍ରାପଡା ମହାକାଳପଡ଼ା ଦକ୍ଷିଣଜମ୍ବୁ ଗାଁରେ । ଯୁବକଙ୍କ ମୃତ୍ୟୁରେ ଭାଙ୍ଗିପଡ଼ିଛନ୍ତି ପରିବାର ଲୋକେ । ତାଙ୍କୁ ତାଙ୍କର ପତ୍ନୀ ଓ ସମ୍ପର୍କୀୟ ବିଷଦେଇ ହତ୍ୟା କରିଥିବା ଅଭିଯୋଗ ଆଣିବା ସହ ନ୍ୟାୟ ନମିଳିବା ଯାଏ ସକ୍ରାର କରିବେନାହିଁ ବୋଲି ଜିଦରେ ବସିଛନ୍ତି । ଯୁବକଙ୍କ ମୃତ୍ୟୁ ପରେ ପରେ ପୋଷ୍ଟମର୍ଟମ ବି କରାଯାଇସାରିଲାଣି । ହେଲେ ଏପର୍ଯ୍ୟନ୍ତ ପଡ଼ି ରହିଛି ମୃତଦେହ । ୪ ଦିନ ବିତିଗଲାଣି ମାତ୍ର ମୃତଦେହ ରଖି ଧାରଣାରେ ବସିରହିଛନ୍ତି ମୃତକଙ୍କ ପରିବାର ଓ ପରିଜନ । ଯେପର୍ଯ୍ୟନ୍ତ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଇଛି ସେ ପର୍ଯ୍ୟନ୍ତ ଧାରଣାରୁ ଓହରିବେ ନାହିଁ ବୋଲି ଜିଦରେ ବସିଛନ୍ତି ମୃତ ଯୁବକଙ୍କ ପରିବାର  ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe