କନକ ବ୍ୟୁରୋ : ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ଅନ୍ତର୍ଗତ ଜରି ପଂଚାୟତର ଛନ୍ଦାମୁଣ୍ଡ ବିସିଜେ ହାଇସ୍କୁଲ ଠାରୁ ବିଂଝାରପୁର ନିର୍ବାଚନ ମଣ୍ଡଳିର ବଡକୁଆଁଲ ପର୍ଯ୍ୟନ୍ତ ଲମ୍ବିଛି ରାସ୍ତା । ୧୯୯୦ରେ ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ତତ୍କାଳିନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ । ଏହାରି ଭିତରେ ୩୩ ବର୍ଷ ବିତିଲାଣି, ସ୍ଥାନୀୟ ଅଂଚଳର ଜନ ପ୍ରତିନିଧି ଭାବେ ପ୍ରମିଳା ମଲ୍ଲିକ ୬ଥର ବିଧାୟକ, ବିଭିନ୍ନ ବିଭାଗର ମନ୍ତ୍ରୀ ରହିବା ସହ ବର୍ତ୍ତମାନର ବାଚସ୍ପତି ରହିଛନ୍ତି । ହେଲେ ତାଙ୍କ ଅଂଚଳରେ ଏହି ରାସ୍ତା ନିର୍ମାଣ ଆଜି ଯାଏଁ ସଂପୂର୍ଣ୍ଣ ହୋଇପାରିନାହିଁ । କାମ ସରିବାକୁ ଆହୁରି ୩ ବର୍ଷ ଲାଗିବ ବୋଲି କୁହାଯାଉଛି ।

Advertisment

୧୨ କିଲୋମିଟର ଲମ୍ବ ରାସ୍ତାର ମାତ୍ର ୨ କିଲୋମିଟର ରାସ୍ତା ଓ ୨ଟି ପୋଲ ତିଆରି ହୋଇଛି । ବ୍ରିଜ ଫାଟି ଗଲାଣି, ହେଲେ ବ୍ରିଜକୁ ସଂଯୋଗ ପାଇଁ ଆପ୍ରୋଚ ରୋଡ ହୋଇନାହିଁ । ତେବେ ସରକାରଙ୍କ ପକ୍ଷରୁ ଜମି ଅଧିଗ୍ରହଣ କାମକୁ ତ୍ୱରାନ୍ୱିତ କରୁନଥିବାରୁ ରାସ୍ତା କାମ ଆଗେଇ ପାରୁନଥିବା ଅଭିଯୋଗ ହୋଇଛି । ଏହି ରାସ୍ତା ଉପରେ ନିର୍ଭର କରୁଥିବା ଚାଷୀ କହିଛନ୍ତି, ତାଙ୍କୁ ୧୭-୧୮ ବର୍ଷ ହୋଇଥିବା ବେଳେ ରାସ୍ତାର ଶୁଭ ଦିଆଯାଇଥିଲା । ୫୦ ବର୍ଷ ହେଲାଣି ରାସ୍ତା କାମ ସରୁନାହିଁ ।

ବାପାଙ୍କ ଶାସନ ଅମଳରେ ଶୁଭ ଦିଆଯାଇଥିବା ରାସ୍ତାକାମ ପୁଅଙ୍କ ଶାସନ କାଳରେ ସରିବ ନା ନାହିଁ ବୋଲି ପ୍ରଶ୍ନ କରିଛନ୍ତି ସ୍ଥାନୀୟ ଲୋକ ।