କନକ ବ୍ୟୁରୋ: ଫିରିଙ୍ଗିଆ ଥାନା ପୋଡି ଓ ପୁଲିସକୁ ଆକ୍ରମଣ ଘଟଣାରେ ଗିରଫଦାରୀ ସଂଖ୍ୟା ବଢ଼ୁଛି । ଗିରଫ ଭୟରେ ଫିରିଙ୍ଗିଆରେ ଅସନ୍ତୋଷ କୁହୁଳୁଛି । ଦୋକାନ ବଜାର ବନ୍ଦ ରହିଛି । ଗିରଫ ଭୟରେ ଚାରିଆଡ଼େ ଖାଁ ଖାଁ, ଜନଶୂନ୍ୟ ଫିରିଙ୍ଗିଆ ବଜାର । ଭୟରେ ରହୁଥିବା ଲୋକ ପୁଲିସର ଗିରଫଦାରୀକୁ ନେଇ ମୁହଁ ଖୋଲିଛନ୍ତି । କହିଛନ୍ତି, ବଜାରରୁ ଔଷଧ କିଣି ଘରକୁ ଫେରୁଥିବା ବେଳେ ଲୋକଙ୍କୁ ଉଠାଇ ନେଇ ମାଡ ମାରୁଛି ପୁଲିସ । ତେଣୁ ପୁଲିସ ଭୟରେ ବଜାରଘାଟ ସ୍ୱାଭାବିକ ହୋଇପାରିନାହିଁ ।
ଗଞ୍ଜେଇକୁ ନେଇ ଫିରିଙ୍ଗିଆ ଥାନା ପୋଡ଼ି ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ପୁଲିସ-ସ୍ଥାନୀୟ ଲୋକଙ୍କ ମଧ୍ୟରେ ହୋଇଥିବା ଖଣ୍ଡଯୁଦ୍ଧ ଯୋଗୁଁ ଫିରିଙ୍ଗିଆରେ ସ୍ଥିତି ସ୍ୱାଭାବିକ ହୋଇପାରୁନାହିଁ । କିଭଳି ପରିସ୍ଥିତି ସ୍ୱାଭାବିକ ହୋଇ ଅଞ୍ଚଳରେ ଶନ୍ତି ଫେରିବ ସେନେଇ ଥାନା ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ବିଧାୟକ ଅଙ୍ଗଦ କହଁର ଓ କଂଗ୍ରେସର ଏକ ପ୍ରତିନିଧି ଦଳ । ଥାନା ପୋଡ଼ିବା ଓ ପୋଲିସକୁ ମାଡ଼ ମାରିବା ଅଭିଯୋଗରେ ୪ ସରପଞ୍ଚ ଓ ୪ ସମିତି ସଭ୍ୟ ସମେତ ୩୦୦ ଜଣଙ୍କ ନାମରେ ଗିରଫ ପରବାନା ଜାରି ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/08/11-6.jpg)