କନକ ବ୍ୟୁରୋ : ପୂରଣ ହେଲାନି ପ୍ରତିଶ୍ରୁତି । ସ୍ବପ୍ନ ପାଲଟିଛି ୧୦୦ଶଯ୍ୟା ବିଶିଷ୍ଟ ଡାକ୍ତରଖାନା । ମେଡିକାଲ ପ୍ରତିଷ୍ଠା ଘୋଷଣାର ୧୪ରୁ ୧୫ ବର୍ଷ ବିତି ଗଲାଣି । ହେଲେ ହୋଇପାରିଲାନି ଚିକିତ୍ସାଳୟ । ଝାରସୁଗୁଡା ଭୁର୍କାମୁଣ୍ଡାରେ ବେଦାନ୍ତ କୋଟି କୋଟି ଟଙ୍କା ଲାଭ ପାଉଥିବାବେଳେ ବେଦାନ୍ତ ଝାରସୁଗୁଡା ବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ଆଜି ପର୍ୟ୍ୟନ୍ତ ରକ୍ଷାକରିପାରୁନି । ବେଦାନ୍ତ ପକ୍ଷରୁ ଝାରସୁଗୁଡା ବାସୀଙ୍କୁ ୧୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ କରିବାର ଦେଇଥିଲା ପ୍ରତିଶ୍ରୁତି । ହେଲେ ଘୋଷଣାର ଦୀଘ ବର୍ଷ ପରେ ବି ତାହା ହୋଇପାରିଲାନି । ବେଦାନ୍ତ ପ୍ରତିଷ୍ଠା ହେବା ଦିନ ଠାରୁ କେବଳ ପ୍ରଦୁଷଣ ଦେଇଛି । ବିକାଶ ନାମରେ କେବଳ ଫଳକ ଲଗାଇ ନିଜର ପ୍ରଚାର କରୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

Advertisment

ଝାରସୁଗୁଡା ଭୁର୍କାମୁଣ୍ଡାରେ ଗତ ୨୦୦୮ ମସିହାରେ ବେଦାନ୍ତ କମ୍ପାନୀ ଗଠିତ ହୋଇଥିଲା । ବେଦାନ୍ତ କମ୍ପାନୀ ବାର୍ଷିକ ୧୮ ଲକ୍ଷ ମେଟ୍ରିକ ଟନ୍ ଆଲୁମିନିୟମ ଉତ୍ପାଦନ କରୁଛି । ୩୬୦୦ ମେଗାୱାଟ ବିଶିଷ୍ଟ ତାପଜ ବିଦୁତ ଉତ୍ପାଦନ କରି କୋଟି କୋଟି ଟଙ୍କା ଆୟ ମଧ୍ୟ କରୁଛି । ହେଲେ ନିଜ ପ୍ରତିଶ୍ରୁତି ଭୁଲି ଯାଇଛି । ସେପଟେ ସରକାରଙ୍କ ସହ ଆଲୋଚନା କରାଯାଇ ଖୁବଶୀଘ୍ର ସମାଧାନର ପ୍ରତିଶ୍ରୁତି କରିବାର ମିଳିଛି ପ୍ରତିଶ୍ରୁତି ।

ଲୋକଙ୍କ ବିକାଶ ନାରା ଦେଇ ଚାଲିଥିବା ବେଦାନ୍ତ ଚିକତ୍ସାଳୟ କରିବା ପ୍ରତିଶ୍ରୁତି ପାଳନ କରିପାରିନି । ତେବେ ଶିଳ୍ପ ବହୁଳ ଝାରସୁଗୁଡାରେ ଦିନକୁ ଦିନ ଜନ ସଂଖ୍ୟା ବଢିଚାଲିଥିବା ବେଳେ ମେଡିକାଲ ପ୍ରତିଷ୍ଠା ଜରୁରୀ ହୋଇଛି ।