ଯୁବକଙ୍କ ଆତଙ୍କରାଜ ! କମେଣ୍ଟ ମାରିଲେ, ଛୁରୀରେ ହାଣିଲେ । 

Advertisment
ଯୁବକଙ୍କ ଆତଙ୍କରାଜ ! କମେଣ୍ଟ ମାରିଲେ, ଛୁରୀରେ ହାଣିଲେ । 

କନକ ବ୍ୟୁରୋ : କମେଣ୍ଟ ମାରିଲେ, ଛୁରୀରେ ହାଣିଲେ । ଜଣେ କି ଦୁଇ ଜଣ ନୁହେଁ ୧୦ ଜଣଙ୍କୁ ଛୁରୀରେ ଆକ୍ରମଣ କଲେ ଯୁବକ । ଆଉ ଏହା ପଛର କାରଣ ଅନ୍ୟ କିଛି ନୁହେଁ ବରଂ କମେଣ୍ଟମରା । ବାଲେଶ୍ୱରର ସୋରରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ, ବାଲେଶ୍ୱରର ସୋରର କାଉଁଦିପାଟଣାରେ ଯୁବତୀ ଜଣକ ରାସ୍ତାରେ ଯାଉଥିବା ବେଳେ ବୁଲୁ ସେଠୀ ନାମକ ଏକ ଯୁବକ ଅଶ୍ଳୀଳ ଭାଷାରେ କମେଣ୍ଟ ମାରିଥିଲା । ଏନେଇ ଯୁବତୀ ଜଣଙ୍କ ଘର ଲୋକଙ୍କ ଆଗରେ କହିବା ପରେ ଯୁବକଙ୍କୁ ଏନେଇ ପଚରାଉଚରା କରିଥିଲେ ଯୁବତୀଙ୍କ ବାପା । ତେବେ ଏହି ପଚରାଉଚରା ସମୟରେ ଅଭିଯୁକ୍ତ ବୁଲୁ କମେଣ୍ଟ ମାରିଲି କଣ ହେଲା ବୋଲି କହି ଯୁବତୀଙ୍କ ବାପାଙ୍କୁ ଛୁରୀରେ ଆକ୍ରମଣ କରିଥିଲା ।

ଏପରିକି ଯୁବତୀଙ୍କ ବାପାଙ୍କୁ ବଞ୍ଚାଇବାକୁ ଗ୍ରାମବାସୀ ଯାଇଥିବା ବେଳେ ତାଙ୍କୁ ମଧ୍ୟ ଛାଡି ନଥିଲା ଅଭିଯୁକ୍ତ ବୁଲୁ । ଛୁରୀରେ ଗୋଡାଇ ଗୋଡାଇ ଗ୍ରାମବାସୀଙ୍କୁ ଆକ୍ରମଣ କରିଥିଲା । ଫଳରେ ୧୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି । ଆହତ ମାନଙ୍କୁ ପ୍ରଥମେ ସୋର ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ପରେ ବାଲେଶ୍ୱର ସ୍ଥାନାନ୍ତରିତ କରାଯାଇଛି । ତେବେ ଆକ୍ରମଣ କରିବା ପରେ ଅଭିଯୁକ୍ତ ବୁଲୁ ସେଠୀ ଫେରାର ହୋଇଯାଇଥିବା ବେଳେ ଥାନାରେ ଏନେଇ ମାମଲା ରୁଜୁ ହୋଇଛି । ଘଟଣାସ୍ଥଳରେ ପହଞ୍ଚି ପୋଲିସ ତଦନ୍ତ  ଆରମ୍ଭ କରିଥିବା ବେଳେ ଛୁରୀ ଜବତ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe