ସରିଲା ପରୀକ୍ଷା, ୧୮ରୁ ଖାତାଦେଖା । ମାର୍ଚ୍ଚ ୧୮ରୁ ଆରମ୍ଭ ହେବ ମାଟ୍ରିକ ମୂଲ୍ୟାୟନ । ଖାତାଦେଖାରେ ସାମିଲ ହେବେ ୧୫ ହଜାରରୁ ଅଧିକ ଶିକ୍ଷକ/ ଶିକ୍ଷୟତ୍ରୀ

୬୧ ଟି ମୂଲ୍ୟାୟନ କେନ୍ଦ୍ରରେ ହେବ ଖାତାଦେଖା

574

କନକ ବ୍ୟୁରୋ: ସରିଲା ମାଟ୍ରିକ୍ ପରୀକ୍ଷା । ଆସନ୍ତା ୧୮ ତାରିଖରେ ଆରମ୍ଭ ହେବ ଖାତା ଦେଖା । ତେବେ ମାର୍ଚ୍ଚ ୧୮ ତାରିଖରୁ ମାଟ୍ରିକ ପରୀକ୍ଷା ଖାତା ଦେଖା ଆରମ୍ଭ ହୋଇ ଦୀର୍ଘ ୨୦ ଧରି ଚାଲିବ ମୂଲ୍ୟାୟନ ପ୍ରକ୍ରିୟା ଚାଲିବ । ତେବେ ଖାତା ଦେଖା ପ୍ରକ୍ରିୟାରେ ୧୫ ହଜାରରୁ ଅଧିକ ଶିକ୍ଷକ / ଶିକ୍ଷୟତ୍ରୀ ଖାତା ଦେଖାରେ ସାମିଲ ହେବେ । ୬୨ଟି ମୂଲ୍ୟାୟନ କେନ୍ଦ୍ରରେ ହେବ ଖାତାଦେଖା ହେବ । ଏନେଇ ଆଜି ମାଟ୍ରିକ୍ ପରୀକ୍ଷା ସରିବା ପରେ ସୂଚନା ଦେଇଛନ୍ତି ବୋର୍ଡ ସଭାପତି ।

ମାର୍ଚ୍ଚ ୧୮ରୁ ମାଟ୍ରିକ୍ ଖାତା ଦେଖା । ଆଜି ମାଟ୍ରିକ ପରୀକ୍ଷା ଶେଷ ହୋଇଥିବା ବେଳେ ଆସନ୍ତା ୧୮ ତାରିଖରୁ ଆରମ୍ଭ ହେବ ଖାତା ଦେଖା ପ୍ରକ୍ରିୟା । ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି । ୬୧ଟି ମୂଲ୍ୟାୟନ କେନ୍ଦ୍ରରେ ହେବ ଖାତା ମୂଲ୍ୟାୟନ । ୧୫ ହଜାରରୁ ଅଧିକ ଶିକ୍ଷକ ଶିକ୍ଷୟତ୍ରୀ ଖାତା ଦେଖା କାର୍ଯ୍ୟରେ ନିୟୋଜିତ ହେବେ । ପରୀକ୍ଷା ଶେଷ ହେବା ପରେ ଏହି ସୂଚନା ଦେଇଛନ୍ତି ବୋର୍ଡ ସଭାପତି । ଏହା ସହିତ ଚଳିତ ବର୍ଷ ଶୃଙ୍ଖଳିତ ପରୀକ୍ଷା ପରିଚାଳନା ପାଇଁ ପୋଲିସ ଓ ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି ।

ତେବେ ଏଥରକ ସାରା ରାଜ୍ୟରେ ୫ଲକ୍ଷ ୬୦ ହଜାର ୯୦୫ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି । ୨ହଜାର ୮୮୮ ପରୀକ୍ଷା କେନ୍ଦ୍ରରେ ହୋଇଛି ମାଟ୍ରିକ ପରୀକ୍ଷା । ପରୀକ୍ଷାକୁ ସ୍ୱଛ ଓ ଶୃଙ୍ଖଳିତ କରିବା ପାଇଁ ବୋର୍ଡ ପକ୍ଷରୁ ଚାରିସ୍ତରୀୟ ସ୍କାର୍ଡ ବ୍ୟବସ୍ଥା କରାଯିବା ସହ ହଜାରେ ପରୀକ୍ଷା କେନ୍ଦ୍ରରେ ସିସି କ୍ୟାମେରା ଲଗାଯାଇଥିଲା । ସେହିଭଳି ଚଳିତ ବର୍ଷ ପରୀକ୍ଷାର୍ଥୀମାନଙ୍କୁ ପ୍ରଶ୍ନପତ୍ର ବୁକଲେଟକୁ ଘରକୁ ଆଣିବାକୁ ବାରଣ କରାଯାଇଥିଲା ।