ଯୁଦ୍ଧ ଭିତରେ ବଢିପାରେ ରୁଷ ରାଷ୍ଟ୍ରପତିଙ୍କ ସମସ୍ୟା: ପୁଟିନଙ୍କ କଥିତ ପ୍ରେମିକା ଉପରେ ୟୁରୋପୀୟ ସଂଘ ଲଗାଇପାରେ ପ୍ରତିବନ୍ଧକ

173

କନକ ବ୍ୟୁରୋ: ୭୩ ଦିନରେ ପହଁଚିଛି ରୁଷ-ୟୁକ୍ରେନ ଯୁଦ୍ଧ । ୟୁକ୍ରେନ ଉପରେ ଘମାଘୋଟ ଆକ୍ରମଣ ଜାରି ରଖିଛି ରୁଷ । ଆକ୍ରମଣକୁ ନେଇ ସାରା ବିଶ୍ୱ ରୁଷକୁ ନିନ୍ଦା କରୁଥିବାବେଳେ ୟୁରୋପୀୟ ସଂଘ ଓ ପାଶ୍ଚାତ୍ୟ ଦେଶ ଗୋଟେ ପରେ ଗୋଟେ କଟକଣା ଜାରି କରୁଛନ୍ତି । ଏବେ ରୁଷ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନଙ୍କ କଥିତ ପ୍ରେମିକା ଏଲିନା କାବେଭାଙ୍କ ଉପରେ କଟକଣା ଲଗାଇବାକୁ ଚିନ୍ତା କରୁଛି ୟୁରୋପୀୟ ସଂଘ । ୟୁରୋପୀୟ ସଂଘର ଷଷ୍ଠ ପର୍ଯ୍ୟାୟ କଟକଣା ତାଲିକାରେ ଏଲିନାଙ୍କ ନାଁକୁ ସ୍ଥାନ ଦିଆଯାଇଥିବା ବିଦେଶୀ ଗଣାମଧ୍ୟମ ରିର୍ପୋଟରେ ପ୍ରକାଶ ପାଇଛି । ତେବେ ଏହି ପ୍ରସ୍ତାବ ଉପରେ ଏବେ ସୁଦ୍ଧା ମୋହର ବାଜିନଥିବା ଜଣାପଡିଛି ।