ବାହାନଗା ରେଳ ଦୁର୍ଘଟଣା ନେଇ ବ୍ରିଟେନରୁ ଆସିଲା ଶୋକବାର୍ତ୍ତା, ୟୁରୋପୀୟ କମିଶନ ସଭାପତି ଉର୍ସୁଲା ଭନ୍ ଡେର୍ ଲେଏନ ପ୍ରକାଶ କଲେ ଦୁଃଖ

552

କନକ ବ୍ୟୁରୋ : ଓଡିଶାର ବାଲେଶ୍ୱର ଜିଲ୍ଲା ବାହାନଗା ଠାରେ ହୋଇଥିବା ରେଳ ଦୁର୍ଘଟଣାକୁ ନେଇ ଏବେ ସାରା ବିଶ୍ୱରୁ ଶୋକବାର୍ତ୍ତା ଆସିବାରେ ଲାଗିଛି । ଋଷ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନଙ୍କ ପରେ ଏବେ ୟୁରୋପୀୟ କମିଶନ ସଭାପତି ଉର୍ସୁନା ଭନ୍ ଡେର ଲେଏନ୍ ଶୋକ ପ୍ରକାଶ କରିଛନ୍ତି । ସେ ତାଙ୍କର ଶୋକବାର୍ତ୍ତାରେ ମୃତକଙ୍କ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ସୂଚନା ଥାଉକି ଗତକାଲି ସନ୍ଧ୍ୟାରେ କରମଣ୍ଡଳ ଏକ୍ସପ୍ରେସ ବାଲେଶ୍ୱର ବାହାନଗା ନିକଟରେ ଦୁର୍ଘଟଣାରେ ଶିକାର ହୋଇଛି । ଟ୍ରେନର କିଛି ବଗି ଲାଇନଚ୍ୟୁତ ହେବା ପରେ ଏହା ଏକ ମାଲବାହୀ ଟ୍ରେନ ସହ ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ ୨୬୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଶହ ଶହ ଲୋକ ଆହତ ହୋଇ ଏବେ ଚିକିତ୍ସିିତ ହେଉଛନ୍ତି ।

ଘଟଣା ସ୍ଥଳକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପହଂଚି ଦୁର୍ଘଟଣା ବାବଦରେ ସୂଚନା ନେଉଛନ୍ତି ।