କରୋନା ସଂକ୍ରମଣକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଚେତାବନୀ : ୟୁରୋପ ମଧ୍ୟ ଏସିଆରେ ଫେବୃଆରୀ ସୁଦ୍ଧା ଆସିପାରେ କରୋନାର ଆଉ ଏକ ଲହର

ନିୟନ୍ତ୍ରଣ ନକଲେ ଯାଇପାରେ ଅନେକ ଜୀବନ

218

କନକ ବ୍ୟୁରୋ : ୟୁରୋପ ଓ ମଧ୍ୟ ଏସିଆ ଦେଶଗୁଡିକରେ ଫେବୃଆରୀ ସୁଦ୍ଧା କରୋନାର ଆଉ ଏକ ଲହର ଆସିପାରେ ବୋଲି ଚେତାବନୀ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ୟୁରୋପ ମୁଖ୍ୟ ଡକ୍ଟର ହେନ୍ସ କ୍ଲୁଜ କହିଛନ୍ତି, ଏହି ଅଂଚଳରେ ମାମଲାରେ ଧିରେ ଧିରେ ବଢୁଛି , ଯାହା ଚିନ୍ତାର ବିଷୟ । ସେ ଆହୁରି କହିଛନ୍ତି, ୟୁରୋପ ମହାମାରୀ କେନ୍ଦ୍ରସ୍ଥଳ ପାଲଟିଛି, ଯେଉଁଠି ବର୍ଷେ ତଳେ ସେହି ସ୍ଥିତି ଥିଲା ।

କେବଳ ତଫାତ ହେଉଛି ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ବର୍ତମାନ ଭାଇରସ ସମ୍ପର୍କରେ ଅନେକ ତଥ୍ୟ ରହିଛି ଓ ଚିକିତ୍ସା ପାଇଁ ଭିତିଭୂମି ବଢିଛି । କ୍ଲୁଜ କହିଛନ୍ତି, ୟୁରୋପ ଓ ମଧ୍ୟ ଏସିଆର ୫୩ଟି ଦେଶରେ କରୋନାରେ ହସପିଟାଲରେ ଭର୍ତ୍ତି ହୋଇଥିବା ଲୋକଙ୍କ ସଂଖ୍ୟା ଦୁଇଗୁଣ ବଢିଛି । ଯଦି ଏଭଳି ସ୍ଥିତି ଜାରି ରହେ ତା ହେଲେ ଫେବୃଆରୀ ସୁଦ୍ଧା କରୋନାରେ ୫ ଲକ୍ଷ ଲୋକଙ୍କ ଜୀବନ ଯାଇପାରେ । ହୁ କହିଛି, ଏହି ଅଂଚଳରେ ସାପ୍ତାହିକ ସଂକ୍ରମଣ ୧୮ ଲକ୍ଷ ହୋଇଛି, ଯାହା ଗତ ସପ୍ତାହ ଅପେକ୍ଷା ୬ ପ୍ରତିଶତ ଅଧିକ । ଲଗାତାର ୫ ସପ୍ତାହ ହେଲବା ୟୁରୋପୀୟ ଦେଶଗୁଡିକରେ ସଂକ୍ରମଣ ବଢୁଛି ଓ ଏହି ଧାରା ଜାରି ରହିଛି , ଯାହା ଚିନ୍ତାର ବିଶୟ ବୋଲି କହିଛନ୍ତି ହୁର ୟୁରୋପୀୟ ମୁଖ୍ୟ ।