ୟୁରୋପୀୟ ୟୁନିଅନ୍ ଏଲୋନ୍ ମସ୍କଙ୍କ କମ୍ପାନୀ ‘ଏକ୍ସ’ ଉପରେ ଆରମ୍ଭ କଲା ଯାଞ୍ଚ ? ମାମଲା କ’ଣ ?

121

ସାନ ଫ୍ରାନ୍ସିସ୍କୋ ସ୍ଥିତ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ କହିଛି ଯେ ଏହା ଡିଜିଟାଲ୍ ସର୍ଭିସେସ୍ ଆକ୍ଟ ପାଳନ କରିବାକୁ ପ୍ରତିଶ୍ରୁତିବଦ୍ଧ ଏବଂ ନିୟାମକ ପ୍ରକ୍ରିୟାରେ ସହଯୋଗ କରୁଛି ।

ସୋସିଆଲ ମିଡିଆ ତଥା ଲୋକଏବଂ ସମାଜ ପାଇଁ କ୍ଷତିକାରକ ଅନଲାଇନ୍ କଣ୍ଟେଣ୍ଟରୁ ରକ୍ଷା କରିବା ପାଇଁ ୟୁରୋପୀୟ ସଂଘର କଠୋର ନୂତନ ନିୟମାବଳୀ ଅନୁଯାୟୀ ୟୁରୋପୀୟ ୟୁନିଅନ୍ ସୋମବାର ଏଲୋନ୍ ମସ୍କଙ୍କ ମାଇକ୍ରୋବ୍ଲଗିଂ ସାଇଟ୍ ‘X’ ଉପରେ ଯାଞ୍ଚ ଆରମ୍ଭ କରିଛି । ଏହା ହେଉଛି ପ୍ରଥମ ଟେକ୍ନୋଲୋଜି କମ୍ପାନୀ ଯାହା ଉପରେ ୟୁରୋପର ନୂତନ ନିୟମ ଅନୁଯାୟୀ ଅନୁସନ୍ଧାନ କରାଯାଉଛି ।

ୟୁରୋପୀୟ କମିଶନର୍ ଥିଏରି ବ୍ରେଟନ୍ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ (ପୂର୍ବରୁ ଟ୍ୱିଟର) ରେ ଏକ ପୋଷ୍ଟରେ କହିଛନ୍ତି ଯେ, ଡିଜିଟାଲ୍ ସେବା ଅଧିନିୟମ ଅନୁଯାୟୀ ଉଲ୍ଲଂଘନ ଘଟଣାର ଯାଞ୍ଚ ପାଇଁ ଆଜି ଆମେ X ବିରୋଧରେ ଆନୁଷ୍ଠାନିକ ପ୍ରକ୍ରିୟା ଆରମ୍ଭ କରିଛୁ। ଅନ୍ୟ ସୋସିଆଲ ମେଡ଼ିଆ ସାଇଟଗୁଡିକ ଉପରେ ଆମେ ନଜର ରଖିଛୁ ଆବଶ୍ୟକ ପଡ଼ିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ।

ୟୁରୋପୀୟ ୟୁନିଅନ୍ ଏହି ସୂଚନା ମାଗିଥିଲା

ଅକ୍ଟୋବରରେ ୟୁରୋପୀୟ ୟୁନିଅନ୍ ଇସ୍ରାଏଲ୍-ହମାସ୍ ଯୁଦ୍ଧ ସହ ଜଡିତ ହିଂସା ତଥା ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବା ଘୃଣାର ବକ୍ତବ୍ୟ, ବିଚ୍ଛିନ୍ନତା ଏବଂ ସେହିପରି କଣ୍ଟେଣ୍ଟର ମୁକାବିଲା ପାଇଁ ସୂଚନା ମାଗିଥିଲା । ଏବଂ ପରେ ଏହା ‘X’ ଉପରେ ଚାପ ପକାଇବା ଆରମ୍ଭ କରିଥିଲା ।

X କ’ଣ କହିଲା ?

ସାନଫ୍ରାନ୍ସିସ୍କୋ ସ୍ଥିତ ସୋସିଆଲ ମିଡିଆ ପ୍ଲାଟଫର୍ମ କହିଛି ଯେ ଏହା ଡିଜିଟାଲ୍ ସର୍ଭିସେସ୍ ଆକ୍ଟ ପାଳନ କରିବାକୁ ପ୍ରତିଶ୍ରୁତିବଦ୍ଧ ଏବଂ ନିୟାମକ ପ୍ରକ୍ରିୟାରେ ସହଯୋଗ କରୁଛି । ଏହା ଗୁରୁତ୍ୱପୂର୍ଣ୍ଣ ଯେ ଏହି ପ୍ରକ୍ରିୟା ରାଜନୈତିକ ପ୍ରଭାବରୁ ମୁକ୍ତ ଏବଂ ଆଇନ ଅନୁଯାୟୀ ଚାଲିବ ବୋଲି ଆମର ବିଶ୍ବାସ ଅଛି ।