ଆମେରିକାରେ ହିଂସା ଜାରି: ସେନା ମୂତୟନ ପାଇଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଧମକ; ୨୩ ରାଜ୍ୟରେ ନିୟୋଜିତ ହେଲେ ୧୭ହଜାର ନ୍ୟାସନାଲ ଗାର୍ଡ, ୱାସିଂଟନରେ କର୍ଫ୍ୟୁ

435

କନକ ବ୍ୟୁରୋ: ଅଶ୍ୱେତ ନାଗରିକଙ୍କୁ ହତ୍ୟା ପ୍ରତିବାଦରେ ଆମେରିକାରେ ହିଂସା ଜାରି ରହିଛି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସେନା ମୁତୟନ ପାଇଁ ଧମକ ଦେଇଛନ୍ତି । ଏହାପରେ ଆମେରିକାର ୨୩ ରାଜ୍ୟରେ ୧୭ ହଜାର ନ୍ୟାସନାଲ ଗାର୍ଡକୁ ମୁତୟନ କରାଯାଇଛି । ନ୍ୟାସନାଲ ଗାର୍ଡଙ୍କୁ ହିଂସା ରୋକିବା ସହିତ ସଂପୃକ୍ତ ରାଜ୍ୟଗୁଡିକର ଆଇନଶୃଙ୍ଖଳା ବ୍ୟବସ୍ଥା ଦାୟିତ୍ୱ ଦିଆଯାଇଛି । ଟ୍ରମ୍ପ କହିଛନ୍ତି, ଆଇନ ଶୃଙ୍ଖଳା ବ୍ୟବସ୍ଥା ରଖିବା ମୋର କାମ ।

ଯେଉଁମାନେ ହିଂସା କରୁଛନ୍ତି ସେମାନଙ୍କ ଉପରେ ସେନା କାର୍ଯ୍ୟାନୁଷ୍ଠାନ କରିବ । ସୋମବାରଠାରୁ ନ୍ୟାସନାଲ ଗାର୍ଡ ଆମେରିକାର ବିଭିନ୍ନ ସ୍ଥାନକୁ ନିଜ କବଜାକୁ ନେଇଛନ୍ତି । ହ୍ୱାଇଟ ହାଉସ ଆଗରେ ଆନ୍ଦୋଳନକାରୀ ପ୍ରଦର୍ଶନ କରୁଛନ୍ତି । ଆନ୍ଦୋଳନକାରୀ ପୁଲିସ ଉପରକୁ ଫାୟାରିଂ କରିଛନ୍ତି । ୱାଂଶିଟନରେ କର୍ଫ୍ୟୁ ବଳବତ୍ତର ରହିଛି । ଅଶ୍ୱେତଙ୍କ ଉପରେ ଟ୍ରମ୍ପ ସରକାର ଭେଦଭାବ ଦେଖାଉଥିବା ଅଭିଯୋଗ କରି ଆମେରିକାର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।