ଇଥିଓପିଆନ୍ ଏୟାରଲାଇନ୍ସର ବିମାନ ଦୁର୍ଘଟଣାଗ୍ରସ୍ତ : ୧୪୯ରୁ ବି ଅଧିକ ଥିଲେ ଯାତ୍ରୀ । ଇଥିଓପିଆରୁ ନାଇରୋବି ଅଭିମୁଖେ ଯାଉଥିଲା ବିମାନ

Advertisment
ଇଥିଓପିଆନ୍ ଏୟାରଲାଇନ୍ସର ବିମାନ ଦୁର୍ଘଟଣାଗ୍ରସ୍ତ : ୧୪୯ରୁ ବି ଅଧିକ ଥିଲେ ଯାତ୍ରୀ । ଇଥିଓପିଆରୁ ନାଇରୋବି ଅଭିମୁଖେ ଯାଉଥିଲା ବିମାନ

source : DW

ଇଥିଓପିଆନ୍ ଏୟାରଲାଇନ୍ସର ଏକ ଯାତ୍ରୀବାହୀ ବିମାନ ଆଜି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୧୪୯ ଜଣ ଯାତ୍ରୀଙ୍କ ସମେତ ୮ ଜଣ କ୍ରୁ ସଦସ୍ୟ ଥିଲେ। ଇଥିଓପିଆର ରାଜଧାନୀ ଆଦିସ୍ ଆବାବାରୁ ଇଥିଓପିଆନ୍ ଏୟାରଲାଇନ୍ସର ଏହି ଯାତ୍ରୀବାହୀ ବିମାନଟି ୧୪୯ ଯାତ୍ରୀଙ୍କୁ ଧରି ନାଇରୋବି ଅଭିମୁଖେ ଯାତ୍ରା କରୁଥିବାବେଳେ ମଝି ଆକାଶରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜାଣିବାକୁ ମିଳିଛି।

publive-image

ଇଥିଓପିଆର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜାରି ଏକ ବିବୃତିରେ କୁହାଯାଇଛି ଯେ ଇଥିଓପିଆନ୍ ଏୟାରଲାଇନ୍ସର ଏକ ୭୩୭ ବୋଇଂ କ୍ରୁ ସଦସ୍ୟଙ୍କ ସମେତ ୧୫୭ ଜଣଙ୍କୁ ଧରି ଇଥିଓପିଆର ରାଜଧାନୀ ଆଦିସ୍ ଆବାବାରୁ ନାଇରୋବି ଅଭିମୁଖେ ଯାତ୍ରା କରୁଥିବାବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଦୁର୍ଘଟଣାଗ୍ରସ୍ତ ବିମାନରେ ଥିବା ଅଧିକାଂଶ ଯାତ୍ରୀଙ୍କର ମୁତ୍ୟୁ ଘଟିଥିବା ଆଶଙ୍କା କରାଯାଉଥିବା ବେଳେ ଏ ସଂକ୍ରାନ୍ତୀୟ ସବିଶେଷ ତଥ୍ୟ ହୋଇପାରି ନଥିବା ଇଥିଓପିଆର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜାରି ଏକ ବିବୃତିରେ କୁହାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe