ଏମିତି ଏକ ଦେଶ… । ଯେଉଁଠି ଏବେ ଚାଲିଛି ୨୦୧୩ ମସିହା, ଏଠାରେ ବର୍ଷକ ୧୨ ମାସ ନୁହେଁ ୧୩ ମାସ ।

391

୨୦୧୯ ବିଦାୟ ନେଇଛି, ୨୦୨୦ ପାଦ ଦେଇଛି । ନୂଆବର୍ଷକୁ ନେଇ ଏବେ ବି ଲୋକଙ୍କ ମନରୁ ଉତ୍ସାହ କମିନାହିଁ ଜ୍ଝ ଭାରତ ସହ ସାରା ବିଶ୍ୱରେ ୨୦୨୦ ନୂଆବର୍ଷ ପାଳନ କରାଯାଇଛି । କିନ୍ତୁ ଏବେ ବି ଏମିତି ଏକ ଦେଶ ଅଛି ଯେଉଁଠି ସମୟ ୭ ବର୍ଷ ୩ ମାସ ପଛରେ ଚାଲିଛି । ଏବେ ଏହି ଦେଶରେ ୨୦୧୩ ମସିହା ଚାଲିଛି । କେବଳ ଏତିକି ନୁହେଁ, ଏଠାରେ ବର୍ଷକୁ ୧୨ ନୁହେଁ ବରଂ ୧୩ ମାସ ହୋଇଥାଏ । ଜାଣନ୍ତୁ ଏହି ଦେଶ ବାବଦରେ କିଛି ରୋଚକ କଥା।

ଏହି ଦେଶର ନାମ ହେଉଛି ଇଥିଓପିଆ, ଯାହାର ରାଜଧାନୀ ଆଦିଶ ଅବାବା । ଇଥିଓପିଆ ଆଫ୍ରିକାର ସବୁଠାରୁ ପୁରାତନ ସ୍ୱାଧୀନ ଦେଶ । ଇଥିଓପିଆର ଜନସଂଖ୍ୟା ୧୧ କୋଟି ୪୦ ଲକ୍ଷ ହୋଇଥିବା ବେଳେ ଏହା ପୂର୍ବ ଆଫ୍ରିକାରେ ଅବସ୍ଥିତ । ନାଇଜେରିଆ ପରେ ଆଫ୍ରିକା ମହାଦେଶର ସବୁଠାରୁ ଅଧିକ ଲୋକ ଏହି ଦେଶରେ ବସବାସ କରନ୍ତି।

ଏହି ଦେଶର ପୂର୍ବରେ ସୋମାଲିଆ, ଦକ୍ଷିଣରେ କେନିଆ ଓ ପଶ୍ଚିମରେ ସୁଦାନ ରହିଛି । ଦୁନିଆରେ ପ୍ରଥମେ ଜୁଲିଆନ କ୍ୟାଲେଣ୍ଡରର ବ୍ୟବହାର କରାଯାଉଥିଲା । ୧୫୮୨ ମସିହାରେ ଗ୍ରେଗୋରିଆନ କ୍ୟାଲେଣ୍ଡରର ପ୍ରଚଳନ ଆରମ୍ଭ ହୋଇଥିଲା। ପ୍ରାୟ ସମସ୍ତ ଦେଶ ଏହି କ୍ୟାଲେଣ୍ଡରକୁ ଆପଣେଇଥିଲେ । କିନ୍ତୁ ଇଥିଓପିଆ ଗ୍ରେଗୋରିଆନ କ୍ୟାଲେଣ୍ଡରକୁ ବିରୋଧ କରିଥିଲା । ଇଥିଓପିଆ ଇଥିଓପିଆନ କ୍ୟାଲେଣ୍ଡର ହିଁ ବ୍ୟବହାର କରିଥାଏ । ଇଥିଓପିଆନ କ୍ୟାଲେଣ୍ଡରରେ ବର୍ଷକ ୧୩ ମାସ ହୋଇଥାଏ । ସେଠାରେ ନୂଆ ବର୍ଷ ୧୦ କିମ୍ବା ୧୧ ସେପ୍ଟେମ୍ବରରେ ହିଁ ଆରମ୍ଭ ହୋଇଥାଏ । ୧୨ ମାସରେ ୩୦ ଦିନ ଥିବାବେଳେ ଶେଷ ମାସ କେବଳ ପାଞ୍ଚ ବା ୬ ଦିନ ରହିଥାଏ ।