ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ୧୦ କୃତି ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କଲା ଏଥିକ ଆଇଏଏସ ।

Advertisment
ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ୧୦ କୃତି ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କଲା ଏଥିକ ଆଇଏଏସ ।

କନକ ବ୍ୟୁରୋ : ଜୟଦେବ ବିହାରରେ ଅବସ୍ଥିତ ଏଥିକ ଆଇଏଏସ, ୨୦୨୦ ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ସମ୍ମାନିତ କରିବାକୁ ସମ୍ବର୍ଦ୍ଧନା ଉତ୍ସବ ପାଳନ ହୋଇଛି ଜ୍ଝ ଏଥିକ ଆଇଏଏସ ଅନୁଷ୍ଠାନର ଏମଡି ସ୍ୱରୂପା ରାଣୀଙ୍କ ଉପସ୍ଥିତି ଏବଂ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ସମାରୋହଟି ବେଶ ସଫଳତାର ସହ ପାଳିତ ହୋଇଥିଲା । ଏହି ଉତ୍ସବରେ ୨୦୨୦ ଓଡିଶା ପ୍ରଶାସନିକ ସେବାରେରେ ଅନୁଷ୍ଠାନର ୧୦ ଜଣ କୃତି ଛାତ୍ରଛାତ୍ରୀମାନଙ୍କୁ ସମ୍ମାନିତ କରାଯାଇଛି ଓ ମୁଖ୍ୟ ଅତିଥି ଭାବରେ ପୋଲିସ ଡିଆଇଜି ସତ୍ୟଜିତ ନାଏକ, ବରିଷ୍ଠ ଓଏଏସ ଅଫିସର ସୋମ୍ୟଶ୍ରୀ ପାଣିଗ୍ରାହୀ, ସମାଜସେବୀ ରୀନା ରାଉତରାୟ, ସମାଜସେବୀ ହାରିଶଚନ୍ଦ୍ର ପ୍ରଧାନ ଏବଂ ଓୟୁଏଟିର ବରିଷ୍ଠ ପ୍ରାଧ୍ୟାପକ ରବିରତ୍ନ ଦାଶ ଯୋଗ ଦେଇ କୃତି ବିଦ୍ୟାର୍ଥୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ ଏବଂ ନିଜର ଅଭିଭାଷଣ ଦ୍ୱାରା ଛାତ୍ରଛାତ୍ରୀ ମାନଙ୍କୁ ସମାଜସେବାରେ ନିଜକୁ ନିୟୋଜିତ କରିବା ପାଇଁ ଉତ୍ସାହିତ କରିଥିଲେ ଓ

ଏହି ସମ୍ବର୍ଦ୍ଧନା ଉତ୍ସବରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ମାନେ ମଧ୍ୟ ନିଜର ସଫଳତାର ଯାତ୍ରା ବିଷୟରେ ବର୍ତମାନ ଅଧ୍ୟୟନରତ ଶିକ୍ଷାର୍ଥୀ ମାନଙ୍କୁ ଅବଗତ କରାଇ ଥିଲେ ଏବଂ ଭଲରେ ପାଠ ପଢି ଆଗକୁ ଉପକୃତ ହେବା ପାଇଁ ପ୍ରେରଣା ଯୋଗାଇ ଥିଲେ ଓ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe