କନକ ବ୍ୟୁରୋ : ସୋସିଆଲ ମିଡିଆରେ ରିଲସ ବନାଇବାର ନିଶା ଏବେ ପ୍ରତିଟି ଲୋକଙ୍କୁ ଘାରିଛି । ଫେସବୁକ୍ ହେଉ ବା ଇଂଷ୍ଟାଗ୍ରାମ ବ୍ୟବହାରକାରୀ ଭିନ୍ନ ଭିନ୍ନ ଭିଡିଓ ଅପଲୋଡ କରି ନିଜକୁ ଫେମସ କରିବାକୁ ଚେଷ୍ଟା ଚଳାଇଛନ୍ତି । ଏହାସହ କିଭଳି ଓ କେଉଁ ଭିଡିଓ ଅପଲୋଡ କଲେ ଫଲୋଅର୍ସ ବଢିବେ ତାହା ଉପରେ ବି ରିସର୍ଚ୍ଚ ଚଳାଇଛନ୍ତି । ହେଲେ ଜଣେ ଶିକ୍ଷୟତ୍ରୀ ଇଂଷ୍ଟାଗ୍ରାମରେ ନିଜର ଫଲୋଅର୍ସ ବଢାଇବାକୁ ଏଭଳି କିଛି କରିଛନ୍ତି ଯାହା ସାରା ଶିକ୍ଷକ ସମାଜ ମୁହଁରେ କଳଙ୍କ ବୋଳି ଦେଇଛି ।

Advertisment

ସୂଚନା ମୁତାବକ ଜଣେ ଶିକ୍ଷୟତ୍ରୀ ନିଜର ଅଶ୍ଳୀଳ ଭିଡିଓ ବନାଇ ଇଂଷ୍ଟାଗ୍ରାମରେ ସେୟାର କରିଛନ୍ତି । ଏହି ଭିଡିଓ ଅପଲୋଡ ହେବାର କିଛି ସମୟ ମଧ୍ୟରେ ଏହା ଭାଇରାଲ ହୋଇଯାଇଛି । ହେଲେ ଯେଉଁ ସ୍କୁଲରେ ଏହି ଶିକ୍ଷୟତ୍ରୀ ଜଣଙ୍କ ପାଠ ପଢାଉଛନ୍ତି ସେହି ସ୍କୁଲର କିଛି ଛାତ୍ରଙ୍କ ଅବିଭାବକ ଏହାକୁ ନେଇ ଅଭିଯୋଗ କରିଛନ୍ତି । ଏହାସହ ଶିକ୍ଷୟତ୍ରୀ ଜଣଙ୍କୁ ସ୍କୁଲରୁ ବାହାର କରିଦେବାକୁ ଦାବି କରିଛନ୍ତି ଅବିଭାବକମାନେ ।

ଏହି ଘଟଣା ଇଟୱାର ଇକାଦିଲ ନଗର ପଞ୍ଚାୟତ ଅଞ୍ଚଳର । ଏଠାରେ ଥିବା ଏକ ପ୍ରାଥମିକ ସ୍କୁଲର ମହିଳା ଶିକ୍ଷକଙ୍କର ରିଲ୍ସ ବନାଇବାର ବହୁତ ସଉକ ଥିଲା । ସେ ଚାହୁଁଥିଲେ କି ଲୋକମାନେ ତାଙ୍କୁ ଇଂଷ୍ଟାଗ୍ରାମରେ ଫଲୋ କରନ୍ତୁ । ଏଥିପାଇଁ ସେ ନିଜେ ନିଜର ଅଶ୍ଳୀଳ ଭିଡିଓ ସୁଟିଂ କରି ଇଂଷ୍ଟାଗ୍ରାମରେ ଅପଲୋଡ କରିଥିଲେ । ସେ ଭାବିଥିଲେ କି ଏଭଳି କରିବା ଦ୍ୱାରା ଇଂଷ୍ଟାଗ୍ରାମରେ ତାଙ୍କର ଫଲୋଅର୍ସ ବଢିଯିବେ । ହେଲେ ଭିଡିଓ ଭାଇରାଲ ହେବା ପରେ ଫଳ ଓଲଟା ହୋଇଛି ।

ଅବିଭାବକମାନେ କହିଛନ୍ତି କି ଯଦି ସ୍କୁଲର ଶିକ୍ଷୟତ୍ରୀ ଏଭଳି କାମ କରୁଛନ୍ତି ତେବେ ତାହାର ପ୍ରଭାବ ନିଶ୍ଚିତ ଭାବେ ଛାତ୍ର ଛାତ୍ରୀଙ୍କ ଉପରେ ପଡିବ । ଏହି ଭିଡିଓକୁ ଶିକ୍ଷା ଅଧିକାରୀ ଦେଖିବା ପରେ ତୁରନ୍ତ ଏହା ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ।