ଭୁବନେଶ୍ୱର ମଲରେ ସାମ୍ବାଦିକାଙ୍କୁ ଦୁର୍ବ୍ୟବହାର ମାମଲା : ଆଜି ବି ଏସପ୍ଲାନେଡ ଆଗରେ ଧାରଣା ଜାରି , ଗତକାଲି ୨ ସୁରକ୍ଷା କର୍ମୀ ଓ ମାର୍କେଂଟି ମ୍ୟାନେଜର ହୋଇଥିଲେ ଗିରଫ

ଭୁବନେଶ୍ୱର ମଲରେ ସାମ୍ବାଦିକାଙ୍କୁ ଦୁର୍ବ୍ୟବହାର ମାମଲା : ଆଜି ବି ଏସପ୍ଲାନେଡ ଆଗରେ ଧାରଣା ଜାରି , ଗତକାଲି ୨ ସୁରକ୍ଷା କର୍ମୀ ଓ ମାର୍କେଂଟି ମ୍ୟାନେଜର ହୋଇଥିଲେ ଗିରଫ

କନକ ବ୍ୟୁରୋ : ଭୁବନେଶ୍ୱରରେ କାର୍ଯ୍ୟରତ ସାମ୍ବାଦିକାଙ୍କୁ ଆକ୍ରମଣ ଘଟଣାରେ ଆଜି ବି ସାମ୍ବାଦିକମାନେ ମଲ୍ ଆଗରେ ଧାରଣା ଦେଇଛନ୍ତି । ଫଳରେ ଏସପ୍ଲାନେଡ ମଲ୍ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଛି । ଦୁଇଜଣ ସୁରକ୍ଷାକର୍ମୀଙ୍କ ସହ ମାର୍କେଟିଂ ହେଡ୍ ଶ୍ୟାମା ଝାଙ୍କୁ ଗତକାଲି ଗିରଫ କରାଯାଇଥିଲା । କିନ୍ତୁ ବିଳମ୍ବିତ ରାତିରେ ତାଙ୍କୁ ଜାମିନ ମିଳିଯାଇଥିଲା । publive-image

ତେବେ ଆଜି ମଧ୍ୟ ସାମ୍ବାଦିକ ମାନେ ମଲ୍ ଆଗରେ ପ୍ରତିବାଦରେ ବସିଛନ୍ତି । ଏସପ୍ଲାନେଡ ମଲ୍ ରେ ବେଆଇନ ପାର୍କିଂ ଆଦାୟ ନେଇ ଶନିବାର ଦିନ ସାମ୍ବାଦିକା ସ୍ୱାତୀ ଜେନା ଓ ତାଙ୍କ କ୍ୟାମେରା ପର୍ସନ ଖବର ସଂଗ୍ରହ କରୁଥିବା ବେଳେ ସେମାନଙ୍କୁ ମଲ୍ ର ସୁରକ୍ଷା କର୍ମୀ ଆକ୍ରମଣ କରିଥିଲେ । ଏପରିକି ମଲ୍ ର କର୍ମଚାରୀ ସେମାନଙ୍କୁ ଗୋଟିଏ କୋଠରୀ ଭିତରେ ବନ୍ଦ କରି ରଖିଥିବା ମଧ୍ୟ କହିଥିଲେ ସାମ୍ବାଦିକା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe