କନକ ବ୍ୟୁରୋ: ସରକାରୀ ସ୍ୱାସ୍ଥ୍ୟ ସେବା ସହ ଜଡିତ କର୍ମଚାରୀଙ୍କ ପାଇଁ ଏସମା ଲାଗୁ କରିଛନ୍ତି ରାଜ୍ୟ ସରକାର । ଆସନ୍ତା ୬ ମାସ ପାଇଁ ଧାରଣାରେ ବସିପାରିବେନି ସ୍ୱାସ୍ଥ୍ୟ କର୍ମଚାରୀ । ନର୍ସ, ପାରାମେଡିକ୍ସ ଓ ଟେକ୍ନିସିଆନଙ୍କ ପାଇଁ ଏହି ଏସମା ଲାଗୁ କରାଯାଇଛି । ଏହାସହ ଏହି କ୍ଷେତ୍ରର ତୃତୀୟ, ଚତୁର୍ଥ ଶ୍ରେଣୀ କର୍ମଚାରୀ ଓ ଚୁକ୍ତିଭିତିକ କର୍ମଚାରୀଙ୍କ କ୍ଷେତ୍ରରେ ବି ଏହା ଲାଗୁ ହେବ । ଏହି କର୍ମଚାରୀଙ୍କ ଆନ୍ଦୋଳନ ଉପରେ ରୋକ ଲାଗିଛି । ରାଜ୍ୟର ଲୋକଙ୍କ ସ୍ୱାର୍ଥ ଦୃଷ୍ଟିରୁ ଏହା ଦରକାର ବୋଲି ରାଜ୍ୟ ସରକାର କହିଛନ୍ତି । ଆନ୍ଦୋଳନ ହେଲେ ସ୍ୱାସ୍ଥ୍ୟସେବାରେ ବାଧା ସୃଷ୍ଟି ହେଉଥିବାରୁ ଏଭଳି ପଦକ୍ଷେପ ନିଆଯାଉଥିବା କୁହାଯାଉଛି ।