ଗର୍ଭବତୀ ମହିଳାଙ୍କ ପାଇଁ ମୋଦିଙ୍କ ବଡ ଉପହାର…ଏଣିକି ଚିକିତ୍ସା ଖର୍ଚ୍ଚ ଲାଗି ଅଧିକ ଟଙ୍କା ଦେବେ ସରକାର

3,939

କନକ ବ୍ୟୁରୋ: ଗର୍ଭବତୀ ମହିଳାଙ୍କୁ ମୋଦି ସରକାରଙ୍କ ଭେଟି । ବଢିଲା ଇଏସଆଇସିରେ ଗର୍ଭବତୀଙ୍କୁ ମିଳୁଥିବା ଚିକିତ୍ସା ଖର୍ଚ୍ଚର ଅର୍ଥରାଶି । କେନ୍ଦ୍ର ସରକାର କର୍ମଚାରୀ ରାଜ୍ୟ ବୀମା ନିଗମ ତଥା ଇଏସଆଇସିର ଲାଭାର୍ଥୀ ଗର୍ଭବତୀ ମହିଳାଙ୍କୁ ଏକ ବଡ ଉପହାର ଭେଟି ଦେଇଛନ୍ତି । ଯାହା ଫଳରେ ଏଣିକି ଇଏସଆଇସିର ପରିସରଭୁକ୍ତ ବାହାରେ ଥିବା ମେଡିକାଲରେ ଚିକିତ୍ସା କରାଉଥିବା ମହିଳାଙ୍କୁ ୫୦ ପ୍ରତିଶତ ଅଧିକ ଆର୍ଥିକ ସହାୟତା ପ୍ରଦାନ କରିବେ କେନ୍ଦ୍ର ସରକାର ।

ସୂଚନା ଅନୁସାରେ, ଗର୍ଭବତୀ ମହିଳାଙ୍କୁ ପ୍ରଦାନ କରାଯାଉଥିବା ପ୍ରସୁତି ଖର୍ଚ୍ଚକୁ ୫ ହଜାରରୁ ୭ହଜାର ୫ ଶହ ଟଙ୍କାକୁ ବୃଦ୍ଧି କରିବାକୁ ନିଷ୍ପତି ନେଇଛନ୍ତି ମୋଦି ସରକାର । ତେବେ ଏହାର ଫାଇଦା କେବଳ ରାଜ୍ୟ ବୀମା ନିଗମରେ କାମ କରୁଥିବା ମହିଳା କର୍ମଚାରୀଙ୍କୁ ହିଁ ମିଳିବ । ଆଜି ଶ୍ରମ ମନ୍ତ୍ରୀ ସନ୍ତୋଷ ଗଙ୍ଗୱାରଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏନେଇ ଆଲୋଚନା କରାଯିବା ସହ ନିଷ୍ପତି ନିଆଯାଇଛି ।

ତେବେ ବର୍ତ୍ତମାନ ପରସ୍ଥିତିରେ ପ୍ରତି ଜିନିଷର ଦରଦାମ ଅହେତୁକ ଭାବରେ ବୃଦ୍ଧି ପାଇବା ଭଳି ଘଟଣାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଗର୍ଭବତୀ ମହିଳାଙ୍କୁ ମିଳୁଥିବା ପ୍ରସୂତି ଖର୍ଚ୍ଚକୁ ୫ ହଜାରରୁ ସାଢେ ସାତ ହଜାରକୁ ବୃଦ୍ଧି କରାଯାଇଛି । ଏଠାରେ ଆମେ କହି ରଖୁଛୁ ଯେ, ବର୍ତ୍ତମାନ ସମୟରେ ସାରା ଦେଶରେ ଇଏସଆଇସିର ପ୍ରାୟ ୧୫୦ରୁ ଅଧିକ ମେଡିକାଲ ରହିଛି ଆଉ ଏହି ମେଡିକାଲମାନଙ୍କରେ ସାଧାରଣ ରୋଗରୁ ଆରମ୍ଭ କରି ଅନେକ ଗମ୍ଭୀର ରୋଗ ବେମାରୀର ଚିକିତ୍ସା ସୁବିଧା ଉପଲବ୍ଧ ରହିଛି ।