ନୂଅ ସଂସଦ ଭବନ ପହଂଚିବା ପରେ ରାଜନୀତିରେ ପ୍ରବେଶ କରିବାକୁ ଇଶା ଗୁପ୍ତା କଲେ ଘୋଷଣା । କହିଲେ, ଏବେ ମୁଁ ନିଶ୍ଚିତ ନିର୍ବାଚନ ଲଢିବି

203

କନକ ବ୍ୟୁରୋ : କେନ୍ଦ୍ର ମନ୍ତ୍ରୀମଣ୍ଡଳ ତରଫରୁ ଗତ ସୋମବାର ଦିନ ହୋଇଥିବା ବୈଠକରେ ମହିଳା ସଂରକ୍ଷଣ ବିଲକୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ଏହାପରେ ଅଭିନେତ୍ରୀ ଇଶା ଗୁପ୍ତା ନୂଆ ସଂସଦ ଭବନ ପହଂଚିଥିଲେ । ସେଠାରେ ସେ ରାଜନୀତିରେ ପ୍ରବେଶ କରିବା ସହ ଆଗାମୀ ନିର୍ବାଚନ ଲଢିବାକୁ ଘୋଷଣା କରିଛନ୍ତି ।

ବଲିଉଡରେ ଅନେକ ସୁନ୍ଦର ସିନେମାରେ ଅଭିନୟ କରିଥିବା ଇଶା ଗୁପ୍ତା ଏବେ ଏବେ ନୂଆ ସଂସଦ ଭବନ ପହଂଚିଥିଲେ । ସଂସଦରେ ମହିଳା ସଂରକ୍ଷଣ ବିଲକୁ ମଞ୍ଜୁରୀ ମିଳିବା ପରେ ସେ ମନର କଥା କହିଛନ୍ତି । ସେ କହିଛନ୍ତି କି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହିଳା ସଶକ୍ତିକରଣକୁ ନେଇ ବହୁତ ଭଲ କାମ କରିଛନ୍ତି । ଏହା ଦେଶର ମହିଳାମାନଙ୍କ ପାଇଁ ଏକ ବଡ ପଦକ୍ଷେପ । ଏହି ବିଲ୍ ମହିଳାମାନଙ୍କ ଭିତରେ ନୂଆ ଉତ୍ସାହ ଭରିଦେବ ଓ ସେମାନଙ୍କୁ ସମାନ ଅଧିକାର ଦେବାରେ ସହାୟକ ହେବ ।

ଏହି କ୍ରମରେ ଗଣମାଧ୍ୟମର ପ୍ରତିନିଧୀମାନେ ତାଙ୍କୁ ଅଗାମୀ ନିର୍ବାଚନ ଲଢିବେ କି ବୋଲି ପ୍ରଶ୍ନ କରିଥିଲେ । ଏହାର ଉତ୍ତରରେ ସେ କହିଛନ୍ତି କି, ନିଶ୍ଚିତ ଭାବେ ଆଗାମୀ ନିର୍ବାଚନ ଲଢିବି । ହେଲେ ଦେଖିବାକୁ ବାକି ରହିଲା କି ଏହି ଅଭିନେତ୍ରୀ କେବେ ଓ କେଉଁ ଆସନରୁ ନିର୍ବାଚନ ଲଢିବେ ।

ସୂଚନା ଥାଉକି ଇଶା ଗୁପ୍ତା ଏବେ ତାଙ୍କ ନୂଆ ଗୀତକୁ ନେଇ ଚର୍ଚ୍ଚାରେ ଅଛନ୍ତି । ସେ ବିଗ୍ ବସ୍ ଓଟିଟି-୨ ର ବିଜେତା ଏଲବିସ୍ ଯାଦବଙ୍କ ସହ ନଜର ଆସିବେ । ସେହିଭଳି ଅଭିୟନ ବ୍ୟତୀତ ସେ ସୋସିଆଲ ମିଡିଆରେ ମଧ୍ୟ ବେଶ୍ ଆକ୍ଟିଭ ରହିଛନ୍ତି ।