କନକ ବ୍ୟୁରୋ : ଅଭିନେତୀ ହେମାମାଳିନୀ ଜଣେ ଅଭିନେତ୍ରୀ ସହ ଜଣେ ରାଜନେତା ମଧ୍ୟ । ହେମା ମଥୁରାରୁ ଲୋକସଭା ସାଂସଦ ଅଛନ୍ତି । କିଛିଦିନ ତଳେ କନ୍ୟା ଇଶା ଦେଓଲଙ୍କ ଛାଡପତ୍ରକୁ ନେଇ ହେମାମାଳିନୀ ମଧ୍ୟ ଚର୍ଚ୍ଚାରେ ଅଛନ୍ତି । ଇଶା ଓ ଭାରତ ତସ୍ତାନୀଙ୍କ ମଧ୍ୟରେ ଛାଡପତ୍ର ହେବା ପରେ ହେମାଙ୍କ ବୟାନକୁ ନେଇ ଏବେ ଚର୍ଚ୍ଚା ହେଉଛି   ।

Advertisment

ରାଜନୀତି ସହ ଦେଓଲ ପରିବାର ପୂର୍ବରୁ ସଂପର୍କ ରହିଛି । ଧର୍ମେନ୍ଦ୍ର, ହେମାମାଳିନୀ ଓ ସନୀ ଦେଓଲ ରାଜନୀତିରେ ପ୍ରବେଶ କରିସାରିଛନ୍ତି । ଏବେ ହେମାମାଳିନୀ ସଂକେତ ଦେଇଛନ୍ତି କି ଇଶା ଦେଓଲ ମଧ୍ୟ ଖୁବଶୀଘ୍ର ରାଜନୀତିରେ ପ୍ରବେଶ କରିପାରନ୍ତି ।

ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେବା ଅବସରରେ ହେମାମାଳିନୀ କହିଛନ୍ତି କି, ମୋ ପରିବାର ସବୁବେଳେ ମୋ ସାଥୀରେ ରହିଛି । ଏହାସହ ହେମାଙ୍କ ଦୁଇକନ୍ୟା ଆହାନା ଓ ଇଶା ରାଜନୀତିରେ ପ୍ରବେଶ କରିବେ କି, ବୋଲି ପ୍ରଶ୍ନର ଉତର ଦେଇ ସେ କହିଛନ୍ତି କି, ଆଗାମୀ ବର୍ଷ ଇଶା ରାଜନୀତିରେ ପାଦ ଦେଇପାରନ୍ତି, କାରଣ ତାଙ୍କର ରାଜନୀତି ପ୍ରତି ରୁଚି ରହିଛି ।

ହେମାମାଳିନୀଙ୍କ ବୟାନ ଏଭଳି ସମୟରେ ଆସିଛି ଯେତେବେଳେ ଇଶା ଦେଓଲଙ୍କର ଛାଡପତ୍ର ହୋଇଛି । ୨୦୧୨ ମସିହାରେ ଇଶା ଓ ଭରତ ପ୍ରେମ ବିବାହ କରିଥିଲେ । ୧୧ ବର୍ଷ ପରେ ଦୁଇଜଣ ନିଜ ନିଜର ରାସ୍ତା ବଦଳାଇଦେବାକୁ ସ୍ଥିର କରିଛନ୍ତି ।