ବଲିଉଡ ଅଭିନେତ୍ରୀ ଇଶା ଦେଓଲଙ୍କ ଘରକୁ ଆସିଲେ ନୂଆ ଅତିଥି । ମୁମ୍ବାଇ ହିନ୍ଦୁଜା ହସପିଟାଲରେ ଦେଲେ ଜନ୍ମ ।

55

ଅଭିନେତ୍ରୀ ଇଶା ଦେଓଲଙ୍କ ଘରକୁ ନୂଆ ଅତିଥି ଆସିଛନ୍ତି । ଆପଣ ଭାବି ଆଶ୍ଚର୍ଯ୍ୟ ହୁଅନ୍ତୁନି । ମା ହୋଇଛନ୍ତି ଇଶା । ଆଜି କନ୍ୟା ସନ୍ତାନକୁ ଜନ୍ମ କରିଛନ୍ତି ଇଶା ଦେଓଲ । ମୁମ୍ବାଇ ସ୍ଥିତ ହିନ୍ଦୁଜା ହସ୍ପିଟାଲରେ ସେ କନ୍ୟାକୁ ଜନ୍ମ ଦେଇଛନ୍ତି  ।  ଉଭୟ ମା ଓ ଶିଶୁ ସୁସ୍ଥ ଅଛନ୍ତି । ସେମାନେ ସକାଳ ୧୧.୩୦ରେ ହସ୍ପିଟାଲରୁ ଡିସଚାର୍ଜ ହେବେ ।

ବଲିଉଡର ହିମ୍ୟାନ ଭାବେ ଜଣାଶୁଣା ଧର୍ମେନ୍ଦ୍ର ଓ ହେମାମାଳିନିଙ୍କ ଝିଅ ହେଉଛନ୍ତି ଇଶା । ଚଳିତ ବର୍ଷ ଏପ୍ରିଲରେ ସେ ଗର୍ଭବତୀ ଥିବା ଏକ ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଥିଲେ । ଇଶା ଦେଓଲଙ୍କ ବିବାହ ଭରତ ତକ୍ଷାନୀଙ୍କ ସହ ହୋଇଥିଲା । କିଛି ଦିନ ଡେଟିଂ କରିବା ପରେ ୨୦୧୨ ମସିହା ଜୁନ ମାସରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ୨୦୧୫ ପରଠୁ ଇଶାଙ୍କୁ ବଡପରଦାରେ ଦେଖିବାକୁ ମିଳିନାହିଁ । ଶେଷଥର ପାଇଁ ୨୦୧୫ରେ ରିଲିଜ ବହୁଭାଷୀ ଫିଲ୍ମ ‘କିଲ ଦେମ ୟଙ୍ଗ’ ରେ ଇଶା ନଜର ଆସିଥିଲେ ।