ଅଭିନେତ୍ରୀ ଈଶା ଦେଓଲଙ୍କ ବିବାହ ବିଚ୍ଛେଦ । ୧୨ବର୍ଷର ବୈବାହିକ ଜୀବନରେ ପୂର୍ଣ୍ଣଚ୍ଛେଦ ।

1,125

କନକ ବ୍ୟୁରୋ: ଧର୍ମେନ୍ଦ୍ର ଓ ହେମାମାଲିନୀଙ୍କ ଝିଅ ତଥା ବଲିଉଡ୍ ଅଭିନେତ୍ରୀ ଈଶା ଦେଓଲ ସ୍ୱାମୀ ଭରତ ତଖତାନୀଙ୍କ ଠାରୁ ଛାଡପତ୍ର ନେଇଥିବା ଖବର ଏବେ ବଲିଉଡରେ ଚର୍ଚ୍ଚାର ବିଷୟ ହୋଇଛି । କିଛି ଦିନରୁ ଦୁହିଁଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ହେଉଥିବାବେଳେ ଦୀର୍ଘ ଦିନ ଧରି ଦମ୍ପତ୍ତି  ଏକାଠି କୌଣସି କାର୍ଯ୍ୟକ୍ରମକୁ କାହିଁକି ଦେଖାଯାଉନାହାଁନ୍ତି  ବୋଲି ପ୍ରଶନ କରିଥିଲେ ନେଟିଜେନ୍ସ । ଏବେ ଏହି ଆଲୋଚନାକୁ ନିଶ୍ଚିତ କରିବାକୁ ଯାଇ ଛାଡପତ୍ର ଘୋଷଣା କରିଛନ୍ତି ଈଶା ଦେଓଲ । ଛାଡପତ୍ର ଦୁହିଁଙ୍କ ସହମତିରେ ହୋଇଥିବା ଈଶା କହିଛନ୍ତି ।

 ଜାନୁଆରୀ ଆରମ୍ଭରୁ ହିଁ ଦୁହଁଙ୍କ ବିବାହ ବିଚ୍ଛେଦ ନେଇ ବଲିଉଡରେ ଚର୍ଚ୍ଚା ହେଉଥିଲା । ଏହାପରେ ଅନେକ ଇଭେଣ୍ଟକୁ ଈଶା ମା’ ହେମାମାଲିନୀଙ୍କ ସହ ଯିବା ଘଟଣା ଏହି ସମ୍ଭାବନାକୁ ଦୃଢ କରିଥିଲା, ଯାହା ଏବେ ନିଶ୍ଚିତ ହୋଇଛି । ତେବେ ବିବାହ ବିଚ୍ଛେଦ ପରେ ବି ଦୁହେଁ ନିଜର ଦୁଇ ଝିଅଙ୍କୁ ପ୍ରାଥମିକତା ଦେବେ ବୋଲି  କହିଛନ୍ତି ଈଶା ।