କନକ ବ୍ୟୁରୋ: ଧର୍ମେନ୍ଦ୍ର ଓ ହେମାମାଲିନୀଙ୍କ ଝିଅ ତଥା ବଲିଉଡ୍ ଅଭିନେତ୍ରୀ ଈଶା ଦେଓଲ ସ୍ୱାମୀ ଭରତ ତଖତାନୀଙ୍କ ଠାରୁ ଛାଡପତ୍ର ନେଇଥିବା ଖବର ଏବେ ବଲିଉଡରେ ଚର୍ଚ୍ଚାର ବିଷୟ ହୋଇଛି । କିଛି ଦିନରୁ ଦୁହିଁଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ହେଉଥିବାବେଳେ ଦୀର୍ଘ ଦିନ ଧରି ଦମ୍ପତ୍ତି ଏକାଠି କୌଣସି କାର୍ଯ୍ୟକ୍ରମକୁ କାହିଁକି ଦେଖାଯାଉନାହାଁନ୍ତି ବୋଲି ପ୍ରଶନ କରିଥିଲେ ନେଟିଜେନ୍ସ । ଏବେ ଏହି ଆଲୋଚନାକୁ ନିଶ୍ଚିତ କରିବାକୁ ଯାଇ ଛାଡପତ୍ର ଘୋଷଣା କରିଛନ୍ତି ଈଶା ଦେଓଲ । ଛାଡପତ୍ର ଦୁହିଁଙ୍କ ସହମତିରେ ହୋଇଥିବା ଈଶା କହିଛନ୍ତି ।
ଜାନୁଆରୀ ଆରମ୍ଭରୁ ହିଁ ଦୁହଁଙ୍କ ବିବାହ ବିଚ୍ଛେଦ ନେଇ ବଲିଉଡରେ ଚର୍ଚ୍ଚା ହେଉଥିଲା । ଏହାପରେ ଅନେକ ଇଭେଣ୍ଟକୁ ଈଶା ମା’ ହେମାମାଲିନୀଙ୍କ ସହ ଯିବା ଘଟଣା ଏହି ସମ୍ଭାବନାକୁ ଦୃଢ କରିଥିଲା, ଯାହା ଏବେ ନିଶ୍ଚିତ ହୋଇଛି । ତେବେ ବିବାହ ବିଚ୍ଛେଦ ପରେ ବି ଦୁହେଁ ନିଜର ଦୁଇ ଝିଅଙ୍କୁ ପ୍ରାଥମିକତା ଦେବେ ବୋଲି କହିଛନ୍ତି ଈଶା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/post_attachments/wp-content/uploads/2024/02/isha.jpg)