ଭାରତକୁ ପ୍ରଥମ ଥର ପାଇଁ ଆସିଲା ଅଟୋମେଟେଡ କନସେପ୍ଟ ଟ୍ରାକ୍ଟର ! ଏଣିକି ଚାଷ କ୍ଷେତ୍ରେରେ ହେବ ଆହୁରି ଉନ୍ନତ୍ତି ।

ଭାରତକୁ ପ୍ରଥମ ଥର ପାଇଁ ଆସିଲା ଅଟୋମେଟେଡ କନସେପ୍ଟ ଟ୍ରାକ୍ଟର ! ଏଣିକି ଚାଷ କ୍ଷେତ୍ରେରେ ହେବ ଆହୁରି ଉନ୍ନତ୍ତି ।

www.indianweb2.com

ଏସ୍କର୍ଟସ ଲିମିଟେଡ୍, ଏହାର ସ୍ୱତନ୍ତ୍ର ଅଟୋମେଟେଡ୍ ଫାର୍ମିଂ ସଲ୍ୟୁସନ୍ ସହିତ ଭାରତର ପ୍ରଥମ ଅଟୋନୋମସ୍ କନସେପ୍ଟ ଟ୍ରାକ୍ଟର ଲଞ୍ଚ ବିଷୟରେ ଘୋଷଣା କରିଛନ୍ତି, ଯାହାକି ଆଗାମୀ ପିଢିର ଡିଜିଟାଲ୍ ଭେହିକିଲ୍ ଟେକ୍ନୋଲୋଜିର ପାୱାର୍ ସହିତ ପ୍ରିସିସନ୍ ବା ସୁକ୍ଷ୍ମତାଭିତ୍ତିକ କୃଷିକାର୍ ଲକ୍ଷ୍ୟ ରଖିଛି। ଏହା ପହଞ୍ଚାଇବା ଲକ୍ଷ୍ୟରେ ଏସ୍କର୍ଟସ ସାତଟି ଟେକ୍ନୋଲୋଜି କ୍ଷେତ୍ରର ଅଗ୍ରଣୀ ଅନୁଷ୍ଠାନ ସହ ସହବନ୍ଧନ କରିଛି । ଏହି ଅଂଶିଦାରୀ ଏବଂ ସମ୍ପର୍କ ବିଭିନ୍ନ ପ୍ରକାରର କୃଷି ଯନ୍ତ୍ରପାତି ଇଲେକ୍ଟ୍ରିକ୍ ଟ୍ରାନ୍ସମିସନ୍, ଅଟୋନୋମସ୍ ଆପ୍ଲିକେସନ୍, ରିମୋଟ୍ ଭେହିକିଲ୍ ମ୍ୟାନେଜମେଣ୍ଟ, ତଥ୍ୟଭିତ୍ତିକ ମୃତ୍ତିକା ଓ ଶସ୍ୟ ପରିଚାଳନା ଏବଂ ସେନସରଭିତ୍ତିକ ଗାଇଡେଡ୍ ଫାର୍ମ ଆପ୍ଲିକେସନ୍ ବିକାଶ କରିବାକୁ ସକ୍ଷମ ହେବ।

publive-image

ଭାରତୀୟ କୃଷି ଏବଂ ଚାଷ କାର‌୍ୟ୍ୟଚକଳାପ ପାଇଁ ବ୍ୟାପକ ଯାନ୍ତ୍ରିକୀକରଣ ଓ ପ୍ରିସିସନଭିତ୍ତିକ କୃଷି ସମାଧାନ ଏହାର ଉତ୍ପାଦନ ବୃଦ୍ଧି କରିବା ପାଇଁ ଓ ଚାଷୀଙ୍କ ଉନ୍ନତି ଆଣିବା ପାଇଁ ଆବଶ୍ୟକ। ଅଧିକରୁ ଅଧିକ ଟେକ୍ନୋଲୋଜି ଆଧାରିତ ସମାଧାନ ଏବଂ ଡିଜିଟାଲ୍ ଇଣ୍ଟରଫେସ୍ କୃଷି ସମ୍ପର୍କିତ ଜ୍ଞାନ ଏବଂ ଉତ୍ତମ କୃଷି ସୂଚନା ଯେପରିକି ମୃତିକା ସ୍ୱାସ୍ଥ୍ୟ, ବିହନ, ଜଳ ପରିଚାଳନା ଏବଂ ଅଧିକ ଅମଳ ଓ ଆୟ ପାଇଁ ଉନ୍ନତ ଜ୍ଞାନକେଶଳ କୃଷକମାନଙ୍କୁ ସକ୍ଷମ କରିବା ପାଇଁ ଏକାନ୍ତ ଆବଶ୍ୟକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe