ଧରାପଡିଲା ଏସକର୍ଟ ସର୍ଭିସ ଠକ ଗ୍ୟାଙ୍ଗର ଲେଡି କିଙ୍ଗପିନ୍। ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳରୁ ବାନ୍ଧିଲା ସାଇବର ଥାନା ପୋଲିସ।

Advertisment
ଧରାପଡିଲା ଏସକର୍ଟ ସର୍ଭିସ ଠକ ଗ୍ୟାଙ୍ଗର ଲେଡି କିଙ୍ଗପିନ୍। ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳରୁ ବାନ୍ଧିଲା ସାଇବର ଥାନା ପୋଲିସ।

କନକ ବ୍ୟୁରୋ: ମୁହଁ ଘୋଡାଇ ଯାଉଛନ୍ତି ଯୁବତୀ । ଯୁବତୀଙ୍କ ଜଣଙ୍କ କାରନାମା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଯୁବତୀ ଜଣଙ୍କ ଏସକର୍ଟ ସର୍ଭିସ୍ ଦେବା ନାଁରେ ଭୁବନେଶ୍ୱରରେ ଚାଲିଥିବା ଠକ ର୍ୟାକେଟର ଲେଡି କିଙ୍ଗପିନ୍ । ବେଶ୍ କିଛି ଦିନ ଚକମା ଦେବା ପରେ ଏବେ, ତାଙ୍କୁ ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳରୁ ଗିରଫ କରିବାରେ ସଫଳ ହୋଇଛି ସାଇବର ଥାନା ପୋଲିସ୍।

ଏମାନେ ଗୁଗୁଲରେ ଏସକର୍ଟ ସର୍ଭିସ ନାଁରେ ଖୋଲିଥିଲେ ନକଲି ୱେବସାଇଟ୍ । ୱେବସାଇଟରେ ରହୁଥିଲା ଯୋଗାଯୋଗର ନମ୍ବର । ସେହି ନମ୍ବରକୁ କଲ କଲେ, ମିଳୁଥିଲା ଝିଅଙ୍କର ଫଟୋ । ଆଉ ଫଟୋ ଦେଖି ଝିଅ ପସନ୍ଦ କରିବା ପରେ ପ୍ରଥମେ ଦେବାକୁ ପଡୁଥିଲା ଟଙ୍କା । ତାପରେ, ସ୍ଥାନ ନିର୍ଦ୍ଧାରଣ କରି ଗ୍ରାହକଙ୍କୁ ଡାକୁଥିଲେ ଦଲାଲ । ହେଲେ, ଗ୍ରାହକ ପହଞ୍ଚିବାବେଳକୁ କେହି ରହୁନଥିଲେ । ଏନେଇ ସାଇବର ଥାନାରେ ଏକାଧିକ ଅଭିଯୋଗ ହେବା ପରେ, ଯାଞ୍ଚଆରମ୍ଭ କରିଥିଲା ପୋଲିସ ।

ପୂର୍ବରୁ ଏହି ମାମଲାରେ ୫ ଜଣଙ୍କୁ ପୁଲିସ ଗିରଫ କରିଥିଲା । ସେମାନଙ୍କ ନିକଟରୁ ୬୨ହଜାର ୫୦୦ ନଗଦ ଟଙ୍କା ଜବତ କରିବା ସହ ଲକ୍ଷାଧିକ ଟଙ୍କା ଫ୍ରିଜ କରିଥିଲା ସାଇବର ପୋଲିସ । ହେଲେ, ଲୋକଙ୍କୁ ମିଠା କଥା କହି ଏସକର୍ଟ ସର୍ଭିସ ଦେବା କହି, ଠକେଇ କରୁଥିବା ଲେଡି କିଙ୍ଗପିନଙ୍କୁ ଧରିପାରିନଥିଲା । ଆଉ ତାଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲା ପୋଲିସ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe