ଖୁଆଡକୁ ଫେରିଲା ବାଘ । ନନ୍ଦନକାନନରେ ଖୁଆଡ ଜାଲି ଭାଙ୍ଗି ବାହାରିଯାଇଥିଲା ବାଘ, ପାଖାପାଖି ୪୫ ମିନିଟ୍ ପରେ ଧରିଲେ କର୍ମଚାରୀ ।

206

କନକ ବ୍ୟୁରୋ : ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି । ୩୩ ନମ୍ବର ଖୁଆଡରୁ ଏକ ବାଘ ଖୁଆଡର ପଛପଟ ଜାଲିକୁ ଭାଙ୍ଗି ବାହାରି ଆସିଥିଲା । ତୁରନ୍ତ କର୍ମଚାରୀମାନେ ବାଘଟିକୁ ପୁଣି ଖୁଆଡ ଭିତରେ ପୁରାଇ ଦେବାରେ ସକ୍ଷମ ହୋଇଥିଲେ । ୩୩ ନମ୍ବର ଖୁଆଡଟି ସଫାରିକୁ ଲାଗିଛି । ପଛପଟେ ବାଘଟି ବାହାରି ଯିବାକୁ ସକ୍ଷମ ହୋଇଥିଲା । ତେବେ ଏନେଇ ନନ୍ଦନକାନନ କର୍ତୃପକ୍ଷଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ଆଜି ସକାଳ ୯ଟାରୁ ସାଢେ ୯ଟା ଭିତରେ ଏହି ଘଟଣା ଘଟିଥିଲା । ପ୍ରାୟ ୧୦ରୁ ୧୫ ମିନିଟ୍ ଭିତରେ ବାଘଟିକୁ ଖୁଆଡ ଭିତରକୁ ଅଣାଯାଇ ପାରିଥିଲା । ତେବେ ବାଘ ଖୁଆଡରୁ ବାହାରି ଯାଇଥିବା ଜଣାପଡିବା ପରେ ପର୍ଯ୍ୟଟକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ଏପରିକି ନନ୍ଦନକାନନର କର୍ମଚାରୀ ମାନଙ୍କର ମଧ୍ୟ ଚିନ୍ତା ବଢିଯାଇଥିଲା ।