କନକ ବ୍ୟୁରୋ : ପଂଜାବ ନାଭା ଜେଲରୁ ଫେରାର ଦୁର୍ଦ୍ଦାନ୍ତ ଆତଙ୍କବାଦୀ ଗିରଫ । ଖଲିସ୍ତାନ ଫୋର୍ସ ମୁଖ୍ୟ ହରମିନ୍ଦର ସିଂ ମିଂଟୁକୁ ଦିଲ୍ଲୀରୁ ଗିରଫ କରାଯାଇଛି । ପଂଜାବ ଓ ଦିଲ୍ଲୀ ପୁଲିସର ମିଳିତ ଟିମ୍ ତାକୁ କାବୁ କରିବାରେ ସମର୍ଥ ହୋଇଛନ୍ତି ।
ରବିବାର ସକାଳୁ ପଟିଆଲାସ୍ଥିତ ନାଭା ଜେଲରୁ ହରମିନ୍ଦର ମିଂଟୁ ସମେତ ୬ଜଣ କଏଦୀଙ୍କୁ ଖସାଇ ନେଇଥିଲେ ତାଙ୍କ ସହଯୋଗୀ ।
ପୁଲିସ ବେଶରେ ଆସି ୧୦ ଆତଙ୍କବାଦୀ ଅନ୍ଧାଧୁନ ଗୁଳିମାଡ କରିବା ସହ ସାଥୀ କଏଦୀମାନଙ୍କୁ ଛଡାଇ ନେଇଥିଲେ । ଏହି ଘଟଣା ପରେ ଜୋରଦାର ଖାନତଲାସି ଚଳାଇଥିଲା ପଂଜାବ ପୁଲିସ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/11/Screen-shot-2016-11-28-at-9.19.28-AM.png)