ଗ୍ୟାଙ୍ଗଷ୍ଟାର ହାଇଦର ଫେରାର ହେବା ଘଟଣାରେ କାର୍ଯ୍ୟାନୁଷ୍ଠାନ : ୬ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କଲେ ଏସପି

ଗ୍ୟାଙ୍ଗଷ୍ଟାର ହାଇଦର ଫେରାର ହେବା ଘଟଣାରେ କାର୍ଯ୍ୟାନୁଷ୍ଠାନ : ୬ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କଲେ ଏସପି

କନକ ବ୍ୟୁରୋ : ଗ୍ୟାଙ୍ଗଷ୍ଟାର ହାଇଦର ଫେରାର ହେବା ଘଟଣାରେ କାର୍ଯ୍ୟାନୁଷ୍ଠାନ । ୬ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି ଏସପି । ସୁରକ୍ଷା ଦାୟିତ୍ୱରେ ଥିବା ଜଣେ ହାବିଲଦାର ଓ ୫ କନେଷ୍ଟବଳଙ୍କ ବିରୋଧରେ ନିଆଯାଇଛି କାର୍ଯ୍ୟାନୁଷ୍ଠାନ । ନିଲମ୍ବିତ କର୍ମଚାରୀମାନେ ହେଲେ ହାବିଲଦାର ରମେଶ ଚନ୍ଦ୍ର ଦେହୁରୀ, କନେଷ୍ଟବଳ ବୁଲବୁଲ ସାହୁ, ଦୀପକ ସାହୁ, ଏମ ଡି ମୌସୁମ, ଉମାକାନ୍ତ ବେହେରା ଏବଂ ସୁଧାଂଶୁ ମାଝୀ।

କୁଖ୍ୟାତ ଗ୍ୟାଙ୍ଗଷ୍ଟର୍‌ ହାଇଦର୍‌ ଫେରାର ହେବାପାଇଁ ସମ୍ବଲପୁରରୁ ଯୋଜନା ପ୍ରସ୍ତୁତ କରିଥିଲା । ବିଭିନ୍ନ ବିଭାଗର କର୍ମଚାରୀଙ୍କୁ ହାତକରି ଜେଲ୍‌ରୁ ଭିମସାର୍‌, ଭିମସାର୍‌ରୁ ଏସ୍‌ସିବି ଯାଇ ସେଠାରୁ ଖସିଯାଇଛି । ତାର ଏହି ଯୋଜନାକୁ ସଫଳ କରାଇବାରେ ଜାଣତରେ ହେଉ ବା ଅଜାଣତରେ ସମ୍ବଲପୁରର ତିନିତିନିଟି ବିଭାଗର ଭୂମିକା ରହିଥିବା ଆଲୋଚନା ହେଉଛି । ଏହି ତିନି ବିଭାଗର ଅଧିକାରୀ ଓ କର୍ମଚାରୀ ସନ୍ଦେହ ଘେରକୁ ଆସିଛନ୍ତି । ପ୍ରଥମ ହେଲା ଜେଲ୍‌, ଦ୍ବିତୀୟରେ ଭିମସାର୍‌ ଓ ତୃତୀୟରେ ପୁଲିସ୍ ‌।

ସେହିପରି ହାଇଦରକୁ ଏକ ମାମୁଲି ଅସ୍ତ୍ରୋପଚାର ପାଇଁ କଟକ ପଠା ଯାଇଥିବା ଏସ୍‌ସିବି ବଡ଼ ମେଡିକାଲ୍‌ରୁ ସୂଚନା ମିଳୁଥିଲେ ବି ଭିମ୍‌ସାର୍‌ ସର୍ଜରି ୱାର୍ଡରେ ସେ ଭର୍ତ୍ତି ହୋଇଥିବା ବା ସେଠାରୁ ରେଫର୍‌ ହୋଇଥିବା ନେଇ ଏପର୍ଯ୍ୟନ୍ତ କୌଣସି ପ୍ରମାଣ ମିଳି ନାହିଁ ବୋଲି ସର୍ଜରି ବିଭାଗର ମୁଖ୍ୟ ପ୍ରଫେସର୍ ବ୍ରଜମୋହନ ମିଶ୍ର କହିଛନ୍ତି। ସେ କାଜୁଆଲ୍‌ଟିରୁ ସିଧାସଳଖ ରେଫର୍‌ ହୋଇଥାଇ ପାରେ ବୋଲି ପ୍ରଫେସର ମିଶ୍ର କହିଛନ୍ତି । ତେବେ ମାର୍ଚ୍ଚ ୨୫ରୁ ଏପ୍ରିଲ୍ ୫ ମଧ୍ୟରେ କାଜୁଆଲ୍‌ଟିରେ ଏଭଳି କୌଣସି ରୋଗୀର ରେକର୍ଡ ନଥିବା ଅଧୀକ୍ଷକ ପ୍ରଫେସର ନାୟକ କହୁଛନ୍ତି। ହାଇଦର୍‌ର ପୂର୍ବରୁ ହୃଦ୍‌ରୋଗ ସମସ୍ୟା ଥିଲେ ବି ସେ ତାଙ୍କ ବିଭାଗରେ ଭର୍ତ୍ତି ହୋଇ ନଥିବା ହୃଦ୍‌ରୋଗ ବିଭାଗର ମୁଖ୍ୟ ପ୍ରଫେସର ସୁନୀଲ ଶର୍ମା କହିଛନ୍ତି । ‌ରବିବାର ଡାକ୍ତରଖାନାର ସବୁ କାଗଜପତ୍ର ଯାଞ୍ଚ କଲା ପରେ ଯାଇ ସେ କେଉଁ ବିଭାଗରେ ଭର୍ତ୍ତି ହୋଇଥିଲା ଓ କେଉଁ ଚିକିତ୍ସା ପାଇଁ ରେଫର୍‌ କରାଗଲା ତାହା ସ୍ପଷ୍ଟ ହୋଇପାରିବ ବୋଲି ଭିମସାର୍‌ କର୍ତ୍ତୃପକ୍ଷ କହୁଛନ୍ତି ।

ହାଇଦର୍‌ ଭଳି କୁଖ୍ୟାତ ଅପରାଧୀକୁ ମାତ୍ର ୫ ଜଣ କନ୍‌ଷ୍ଟେବଳଙ୍କ ସୁରକ୍ଷା ବଳୟରେ କଟକ ପଠା ଯାଇଥିଲା । ସେମାନଙ୍କ ସହ ଜଣେ ଜେଲ୍ ୱାର୍ଡର୍‌ ଥିଲେ । ତେବେ କଟକ ବଡ଼ ଡାକ୍ତରଖାନାରେ ୬ ଜଣ ଯାକ ସୁରକ୍ଷା କର୍ମୀ ଏକାସାଂଗରେ ହାଇଦର୍‌କୁ ଜଗୁ ନଥିଲେ। ସେମାନେ ୩ଟି ସିଫ୍‌ଟରେ ପାଳି କରି ଜଗୁଥିଲେ । ଦିନ ସିଫ୍‌ଟରେ ଜଣେ ଲେଖାଏଁ ଓ ରାତି ସିଫ୍‌ଟରେ ୨ ଜଣ ହାଇଦର୍‌ ଭଳି କୁଖ୍ୟାତ ଅପରାଧୀକୁ ଜଗିବା ପାଇଁ ନିୟୋଜିତ ହୋଇଥିଲେ । ତେଣୁ ଶନିବାର ଦିନବେଳ ଜଣେ ସୁରକ୍ଷାକର୍ମୀକୁ ସହଜରେ ଅଚେତ କରି ହାଇଦର୍‌ ଫେରାର୍ ମାରିଥିଲା । ସମ୍ବଲପୁର ପୁଲିସ୍‌ ହାଇଦର୍‌ ପାଇଁ ଏତେ ଦୁର୍ବଳ ସୁରକ୍ଷା ବ୍ୟବସ୍ଥା କରିବାର ସାହସ କେମିତି କଲା ?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe