ସୁପ୍ରିମକୋର୍ଟରେ ଖାରଜ ହେଲା ୨୦୧୯ ନିର୍ବାଚନରେ ‘ବାଲଟ ପେପର ବ୍ୟବହାର’ ମାମଲା ।

ସୁପ୍ରିମକୋର୍ଟରେ ଖାରଜ ହେଲା  ୨୦୧୯ ନିର୍ବାଚନରେ ‘ବାଲଟ ପେପର ବ୍ୟବହାର’ ମାମଲା ।

source : The Indian Express

୨୦୧୯ ସାଧାରଣ ନିର୍ବାଚନକୁ ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ୨୦୧୯ ସାଧାରଣ ନିର୍ବାଚନ ଓ ବିଧାନସଭା ନିର୍ବାଚନରେ ବାଲାଟ ପେପର ବ୍ୟବହାର କରିବା ପାଇଁ ଏକ ମାମଲାକୁ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ । ତେବେ ନିର୍ବାଚନ କମିସନଙ୍କୁ ନିର୍ଦ୍ଦେଶ ଦେବା ପାଇଁ ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର ହୋଇଥିଲା  । ଯାହାକୁ ଆଜି ଦେଶର ସର୍ବୋଚ୍ଚ ଅଦାଲତ ଖାରଜ କରିଦେଇଛନ୍ତି।

publive-imageଅନ୍ୟପଟେ ସୁପ୍ରିମକୋର୍ଟ ଏ ନେଇ ନିର୍ବାଚନ କମିସନଙ୍କୁ କୌଣସି ନିର୍ଦ୍ଦେଶ ଦେଇ ପାରିବେ ନାହିଁ ବୋଲି ସ୍ପଷ୍ଟ ଭାବେ ଜଣାଇ ଦେବା ସହିତ ଏହି ଜନସ୍ୱାର୍ଥ ମାମଲାକୁ ଖାରଜ କରି ଦେଇଛନ୍ତି। ଆସନ୍ତା ନିର୍ବାଚନରେ ଇଭିଏମର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା ନେଇ ପୂର୍ବରୁ ନିର୍ବାଚନ କମିଶନ ଓ.ପି ରାୱତ କହିଥିଲେ । ତେବେ ଏହାକୁ ବିରୋଧୀମାନେ ମଧ୍ୟ ବିରୋଧ କରି ବାଲଟ ପେପରର ବ୍ୟବସ୍ଥା କରିବା ପାଇଁ ଦାବି କରିଆସୁଥିଲେ । ଡିଜିଟାଲ୍ ଯୁଗରେ ଇଭିଏମ ଭଳି ବ୍ୟବହାର କରିବା ଭୋଟରଙ୍କ ପାଇଁ ଲାଭଦାୟକ ହେବ ବୋଲି କହିଥିଲେ ନିର୍ବାଚନ କମିଶନ ।

publive-imageତେବେ ନିର୍ବାଚନ ସମୟରେ ବିଶେଷ କରି ଆଗାମୀ ଲୋକସଭା ଓ ରାଜ୍ୟ ସଭା ନିର୍ବାଚନରେ ଇଭିଏମ (ଇଲେକ୍ଟ୍ରୋନିକ୍ସ ଭୋଟିଂ ମେସିନ) ବଦଳରେ ପୁଣି ଥରେ ବାଲାଟ ପେପର ପ୍ରଚଳନ କରିବା ପାଇଁ ନିର୍ବାଚନ କମିସନଙ୍କୁ ନିର୍ଦ୍ଦେଶ ଦେବାକୁ ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିଲା। ଏହି ଜନସ୍ୱାର୍ଥ ମାମଲାର ଶୁଣାଣି କରି ଆଜି ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶ ପରେ ଆଗାମୀ ସାଧାରଣ ନିର୍ବାଚନ ଓ ବିଧାନସଭା ନିର୍ବାଚନ ଇଭିଏମ ଦ୍ୱାରା ହେବା ନେଇ ସ୍ପଷ୍ଟ ହୋଇଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe