କନକ ବ୍ୟୁରୋ : ଋଷିଆ ସେନାର ୟୁକ୍ରେନ ଆକ୍ରମଣକୁ ବିରୋଧର ଚିତ୍ର ସବୁ ସାମ୍ନାକୁ ଆସିବାରେ ଲାଗିଛି । ୟୁକ୍ରେନର ସାମରିକ ଘାଟି ଓ ପ୍ରତିଷ୍ଠାନଗୁଡିକ ଋଷିଆ ସେନାର ଟାର୍ଗେଟରେ ଥିବାବେଳେ ଜନବସତି ମଧ୍ୟ କ୍ଷତିଗ୍ରସ୍ତ ହେଉଛି । ଏହାରି ଭିତରେ ଏକ ଚିତ୍ର ବେଶ୍ ଭାଇରାଲ ହୋଇଥିଲା, ଯେତେବେଳେ ଋଷିଆର ଜଣେ ସୈନିକଙ୍କୁ ଦେଶଛାଡି ଚାଲିଯିବାକୁ ଧମକ ଦେଉଥିଲା ୟୁକ୍ରେନର ଏକ ଛୋଟିଆ ଝିଅ ।

Advertisment

ଏବେ ସେହିଭଳି ଏକ ଚିତ୍ର ପୁଣି ସାମ୍ନାକୁ ଆସିଛି । ଯେତେବେଳେ ଋଷିଆର ଏକ ଭାରି ଯୁଦ୍ଧଯାନକୁ ନିଜ ଟ୍ରାକ୍ଟର ସାହାଯ୍ୟରେ ଟାଣି ନେଇ ଯାଉଛନ୍ତି ଜଣେ ଚାଷୀ । ୟୁକ୍ରେନ ସେନା ଋଷିଆ ସେନାର ମୁକାବିଲା କରୁଥିବାବେଳେ ଦେଶର ସାଧାରଣ ନାଗରିକ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି । ସୈନିକଙ୍କୁ ସହାୟତା ପାଇଁ ସାଧାରଣ ଲୋକ ସାମ୍ନାକୁ ବାହାରି ଆସିବା ଏବେ ରୋଚକ ହୋଇଛି । ଚାଷୀଟିଏ ନିଜ ସାମର୍ଥ୍ୟ ଅନୁସାରେ ଦେଶ ଓ ସେନାକୁ ବଂଚାଇବା ପାଇଁ ଟ୍ରାକ୍ଟର ଲଗାଇ ଶତ୍ରୁ ରାଷ୍ଟ୍ରର ଯୁଦ୍ଧଯାନକୁ ଲୁଚାଇ ଦେବାର ପ୍ରୟାସ ଦର୍ଶାଉଛି ଯେ, ୟୁକ୍ରେନବାସୀ ଏବେ ଦେଶସେବାରେ ଲାଗିପଡିଛନ୍ତି ।