ଏଣିକି ସରକାରୀ ଚାକିରିଆଙ୍କ ଭଳି ବେସରକାରୀ ଚାକିରିଆଙ୍କୁ ମଧ୍ୟ ମିଳିବ ସୁବିଧା । ଇପିଏଫଓ ନିୟମରେ ହେଲା ବଡ ପରିବର୍ତ୍ତନ ।

1,781

ଘରୋଇ ଅନୁଷ୍ଠାନରେ କାମ କରୁଥିବା ଚାକିରିଆଙ୍କ ପାଇଁ ଖୁସି ଖବର । ଏଣିକି ସରକାରୀ ଚାକିରିଆଙ୍କ ଭଳି ଘରୋଇ ସଂସ୍ଥାରେ କାମ କରୁଥିବା କର୍ମଚାରୀଙ୍କୁ ମିଳିବ ଆଡଭାନ୍ସ ପେନସନ ଭଳି ସୁବିଧା । ଏ ନେଇ ଖୁବ୍ ଶୀଘ୍ର ଘୋଷଣା କରିପାରେ ଇପିଏଫଓ ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ଇପିଏଫଓ ପେନସନଧାରୀଙ୍କୁ ଖୁବ୍ ଶୀଘ୍ର ମିଳିପାରେ ଏହି ସୁବିଧା । ସହଜ ଶବ୍ଦରେ କହିଲେ, ପ୍ରୋଭିଡେଣ୍ଟ ଫଣ୍ଡ ସହ କଟୁଥିବା ପେନସନକୁ ଏଣିକି ଆପଣ ଆଡଭାନ୍ସ ଆକାରରେ ବି ନେଇପାରିବେ । ତେବେ ଏଭଳି ସୁବିଧା କେବଳ ସରକାରୀ ଚାକିରିଆଙ୍କ ପାଇଁ ଉପଲବ୍ଧ ଥିଲା । କିନ୍ତୁ ଏଣିକି ଘରୋଇ ସଂସ୍ଥାରେ କାମ କରୁଥିବା କର୍ମଚାରୀ ବି ଏହି ସୁବିଧାର ଲାଭ ଉଠାଇପାରିବେ।

ଅଧିକାଂଶ କମ୍ପାନୀରେ କର୍ମଚାରୀଙ୍କ ଦରମାରୁ ପ୍ରତିମାନ ପିଏଫ ବାବଦକୁ ଏକ ନିର୍ଦ୍ଦିଷ୍ଟ ପରିମାଣର ଦରମା କାଟି ରଖିଥାଏ । ଯାହା ଇପିଏଫଓରେ ଜମା ହୋଇଥାଏ । ତେବେ ପିଏଫରେ କର୍ମଚାରୀଙ୍କ ଦରମାରୁ ଅତି କମରେ ୧୨ ପ୍ରତିଶତ ଅଂଶଦାନ ରହିଥିବା ବେଳେ ୧୨ ପ୍ରତିଶତ ଅଂଶଦାନ କଂପାନୀ ତରଫରୁ ମଧ୍ୟ ଦିଆଯାଇଥାଏ । ତେବେ କଂପାନୀ ଯେଉଁ ଅଂଶଦାନ ମିଳିଥାଏ ସେଥିରେ ୮.୩୩ ପ୍ରତିଶତ ପେନସନ ଯୋଜନା ଇପିଏସକୁ ଯାଇଥାଏ ଆଉ ବାକି ୩.୬୭ ପ୍ରତିଶତ ଇପିଏଫରେ ଜମା ହୋଇଥାଏ ।
ଜାଣନ୍ତୁ କି ଫାଇଦା ମିଳିବ ?

ଯଦି କୌଣସି ବ୍ୟକ୍ତି ଚାକିରିରୁ ଅବସର ନିଅନ୍ତି କିମ୍ବା ନେବାକୁ ଚାହାଁନ୍ତି ତେବେ ତାଙ୍କ ନିକଟରେ ବିକଳ୍ପ ରହିବ ଯେ, ସେ ନିଜ ପେନସନର ମୋଟ୍ ରକମରୁ ୪୦ ପ୍ରତିଶତ ଅର୍ଥରାଶି ଆଡଭାନ୍ସ ଆକାରରେ ନେଇପାରିବେ । ତେବେ ପେନସନଧାରୀ ଆଗାମୀ ୧୦ ବର୍ଷ ପାଇଁ ଆଡଭାନ୍ସ ପେନସନ ଅର୍ଥାତ୍ ମାସିକ ପେନସନର ୪୦ ପ୍ରତିଶତ ଅର୍ଥରାଶି ୧୦ ବର୍ଷ ପାଇଁ ଆଡଭାନ୍ସ ଆକାରରେ ନେଇପାରିବେ । ସହଜ ଶଦ୍ଦରେ କହିଲେ, ହଜାର ଟଙ୍କାର ପେନସନ ଉପରେ ୪୦୦ ଟଙ୍କା ୧୦ ବର୍ଷ ପାଇଁ ମିଶାଇ ନେଇପାରିବେ । ଅର୍ଥାତ୍ ୪୮୦୦୦ ଟଙ୍କା ୧୦ ବର୍ଷ ପାଇଁ ଆଡଭାନ୍ସ ପେନସନ ଆକାରରେ ନେଇପାରିବେ । ଆଉ ଏହି ୧୦ ବର୍ଷ ପର୍ଯ୍ୟନ୍ତ ତାଙ୍କୁ କେବଳ ୬୦୦ ଟଙ୍କା ପେନସନ ବାବଦକୁ ମିଳିବ । ଏହାପରେ ପୁଣି ୧୫ ବର୍ଷ ପରେ ହଜାର ଟଙ୍କା ପେନସନ ମିଳିବ ।