କରୋନା ସଂକଟ କାଳରେ ବି ଉଠାଇ ପାରିବେ ଟଙ୍କା: ପିଏଫ ଖାତାରୁ ଟଙ୍କା ଉଠାଇବା ପାଇଁ ଅନଲାଇନରେ କରନ୍ତୁ ଆବେଦନ…ମାତ୍ର ୭୨ ଘଂଟାରେ ଘରେ ପହଂଚିବ ଟଙ୍କା

1,914

କନକ ବ୍ୟୁରୋ: କରୋନା ମହାମାରୀ କରାଣରୁ ଯଦି ଆପଣ ଆର୍ଥିକ ସଂକଟ ଦେଇ ଗତି କରୁଛନ୍ତି ତେବେ ଆପଣ ବି ଆପଣଙ୍କ ଇପିଏଫ ଖାତାରୁ ଟଙ୍କା ଉଠାଇପାରିବେ । ଏଥିପାଇଁ ଆପଣଙ୍କୁ କୌଣସି ଅଫିସର ଚକ୍କର କାଟିବାକୁ ପଡିବନି ବରଂ ଘରେ ବସି ହିଁ ଆପଣ ଅନଲାଇନ ଜରିଆରେ ଏହି ଟଙ୍କା ଉଠାଇପାରିବେ । ଶ୍ରମ ମନ୍ତ୍ରାଳୟ ଅନୁଯାୟୀ ସଂପୂର୍ଣ୍ଣ କେୱାଇସି ସହିତ ଆକାଉଂଟଗୁଡିକୁ ୭୨ ଘଂଟା ପ୍ରକ୍ରିୟାକରଣ କରାଯାଉଛି । ତେବେ କେମିତି କରିବେ ଅନଲାଇନ ଆବେଦନ ଜାଣନ୍ତୁ ପୂରା ପ୍ରକ୍ରିୟା

• ପିଏଫ ଟଙ୍କା ଉଠାଇବା ପାଇଁ ଆପଣଙ୍କୁ ସର୍ବ ପ୍ରଥମେ ଇପିଏଫଓର ଆଧିକାରୀ ୱେବସାଇଟ୍ https://unifiedportal-mem.epfindia.gov.in/memberinterface/କୁ ଯାଇ ଲଗଇନ କରିବାକୁ ହେବ ।

• ୱେବସାଇଟ୍ ଖୋଲିବା କ୍ଷଣି ଏହାର ଠିକ୍ ଡାହଣ ପଟରେ ନଜର ଆସୁଥିବା ୟୁଏଏନ ଏବଂ ପାସୱାର୍ଡ ଏବଂ କ୍ୟାପଚା ଭରନ୍ତୁ । ଏହାପରେ ଏଠାରେ ଥିବା ସାଇନ୍ ଇନ ଅପସନ ଉପରେ କ୍ଲିକ୍ କରନ୍ତୁ ।

• ଏହାପରେ ଏଠାରେ ଏକ ପେଜ ଖୋଲିଯିବ, ଏଥିରେ ଆପଣ ପେଜର ରାଇଟ ସାଇଟରେ ନଜର ଆସୁଥିବା କର୍ମଚାରୀ ପ୍ରୋଫାଇଲ ଦେଖିପାରିବେ । ଏବେ ମ୍ୟାନେଜ ଟ୍ୟାବ ଉପରେ କ୍ଲିକ କରନ୍ତୁ ଏବଂ ଡ୍ରାପ-ଡାଉନ ମେନୁରୁ କେୱାଇସି ଚୟନ କରନ୍ତୁ ।

• ଆଗାମୀ ପେଜରେ Services ଅନଲାଇନ ସେବାର ଟ୍ୟାବ ଉପରେ କ୍ଲିକ କରନ୍ତୁ ଏବଂ ଡ୍ରପ୍ ଡାଉନ ତାଲିକାରୁ Form (ଫର୍ମ-୩୧,୧୯,୧୦ସି ଏବଂ ୧୦ଡି) ଚୟନ କରନ୍ତୁ ।

• ଏଠାରେ ଆପଣ ମେମ୍ବରର ଡିଟେଲ୍ସ ମଧ୍ୟ ଦେଖିପାରିବେ । ଏବେ ଭେରିଫାଇ କରିବା ପାଇଁ ଏବଂ ହଁ ଅପସନରେ ନିଜର ବ୍ୟାଙ୍କ ଖାତାର ଶେଷ ୪ଟି ନମ୍ବର ଏଠାରେ ଭରନ୍ତୁ ।

• ପରବର୍ତ୍ତୀ ପେଜରେ ଫର୍ମ ନମ୍ବର ୩୧ ଚୟନ କରନ୍ତୁ । ଏହାପରେ ଆପଣଙ୍କୁ ଏଠାରେ ‘I want to apply for’ ନଜର ଆସିବ ଏବଂ ଏଥିରେ କ୍ଲିକ କରିଦିଅନ୍ତୁ । ଏହାପରେ ‘Proceed for online claim’ ରେ କ୍ଲିକ କରନ୍ତୁ ।

ଅନଲାଇନର କ୍ୱେମ୍ କିଛି ସର୍ତ୍ତ

• ୟୁଏନଏ ଆକ୍ଟିଭେଟେଡ ହେବା ଦରକାର

• ଆପଣଙ୍କ ଭେରିଫାଇଡ ଆଧାର ୟୁଏଏନ ସହ ଲିଙ୍କ ହେବା ଦରକାର

• ଆଇଏଫଏସସି କୋଡ ସହ ବ୍ୟାଙ୍କ ଖାତା ୟୁଏଏନ ସହିତ ଲିଙ୍କ ହେବା ଦରକାର

୭୫ ପ୍ରତିଶତ ଉଠାଣ ପାଇଁ ଅନୁମତି

ଇପିଏଫ ପକ୍ଷରୁ କରୋନା ସଂକଟକୁ ନଜରର ରଖି ପାଖାପାଖି ୮ କୋଟି ଇପିଏଫ ଖାତାଧାରକଙ୍କୁ ଆଶ୍ୱସ୍ତି ଦେଇଛି । ତେବେ ଇପିଏଫ ଖାତାଧାରକ ସେମାନଙ୍କ ଜମା ଟଙ୍କା ଉପରେ ଆଡଭାନ୍ସ ଟଙ୍କା ଉଠାଇ ପାରିବେ ବୋଲି ଅଫିସ ପକ୍ଷରୁ ଅନୁମତି ଦିଆଯାଇଛି । ଏପରିକି ଇପିଏଫଓ ମଧ୍ୟ ଏଥିପାଇଁ ଇପିଏଫ ସ୍କିମ-୧୯୫୨ରେ ପରିବର୍ତ୍ତନ ଆଣି କହିଛି ଯେ, କର୍ମଚାରୀ ନିଜ ଖାତାରେ ଜମା ଟଙ୍କାର ୭୫ ପ୍ରତିଶତ ତଥା ୩ ମାସର ଦରମାର ବରାବର ରକମ ଉଠାଇପାରିବେ । ଆଉ ଏହି ଟଙ୍କାକୁ କର୍ମଚାରୀ ନିଜ ଆବଶ୍ୟକତା ପାଇଂଁ ବ୍ୟବହାର ମଧ୍ୟ କରିପାରିବେ । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ଟଙ୍କାକୁ କର୍ମଚାରୀଙ୍କୁ ଆଉ ପୁନର୍ବାର ଜମା କରିବାକୁ ପଡିବ ନାହିଁ ।