କନକ ବ୍ୟୁରୋ: ଇପିଏଫ୍ ଉପଭୋକ୍ତାଙ୍କ ପାଇଁ ଖୁସି ଖବର । କର୍ମଚାରୀ ଭବିଷ୍ୟନିଧି ପାଣ୍ଠିର ସୁଧହାର ବୃଦ୍ଧି କରିଛନ୍ତି ଇପିଏଫଓର ସର୍ବୋଚ୍ଚ ନୀତି ନିର୍ଦ୍ଧାରଣକାରୀ ସଂସ୍ଥା ସେଂଟ୍ରାଲ ବୋର୍ଡ ଅଫ୍ ଟ୍ରଷ୍ଟି ବା ସିବିଟି । ଏହି ସୁଧହାର ୩ ବର୍ଷରେ ସର୍ବାଧିକ । ସୁଧହାର ୮.୧୫ ପ୍ରତିଶତରୁ ୮.୨୫ ପ୍ରତିଶତ କରାଯାଇଛି । ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଇପିଏଫ୍ ସୁଧହାର ୮.୨୫ ପ୍ରତିଶତ ହୋଇଛି ।
ଗତବର୍ଷ ଏହି ସୁଧହାର ୮ ଦଶମିକ ୧୦ ପ୍ରତିଶତରୁ ୮.୧୫ ପ୍ରତିଶତ ହୋଇଥିଲା । ଚଳିତ ବର୍ଷ ୦. ୧୦ ପ୍ରତିଶତ ସୁଧହାର ବୃଦ୍ଧି କରାଯାଇଛି । ସିବିଟିର ନିଷ୍ପତି ପରେ ଚଳିତ ଆର୍ଥିକ ବର୍ଷରେ ଅପିଏଫ୍ ଜମା ଉପରେ ସୁଧହାର ସମ୍ବଦ୍ଧିୟ ନିଷ୍ପତି ଅନୁମୋଦନ ପାଇଁ କେନ୍ଦ୍ର ଅର୍ଥ ମନ୍ତ୍ରାଳୟକୁ ପଠାଯିବ । ଏହାପରେ ପ୍ରାୟ ୬ କୋଟି ଇପିଏଫ୍ ଖାତାଧାରୀ ଉପକୃତ ହେବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/02/30-9.jpg)