କନକ ବ୍ୟୁରୋ : ଋଣ ମାମଲାରେ ଏକ ଦୈନିକ ଖବରକାଗଜର କର୍ମଚାରୀ ଅସୀମ ମହାପାତ୍ର ସମ୍ବାଦ ନାଁରେ ଉଦ୍ଦେଶ୍ୟମୂଳକ ମାମଲା କରିବା ପରେ ତଦନ୍ତକୁ ଜୋରଦାର କରିଛି ଇଓଡବ୍ଲ୍ୟୁ । ଚିଟଫଣ୍ଡ ଭଳି ମାମଲାରେ ଇଓଡବ୍ଲ୍ୟୁ କରୁଥିବା ତଦନ୍ତର ଖୋଜଖବର ନାହିଁ କି ଜମାକାରୀ ଟଙ୍କା ଫେରିପାଇବାର ନା ଗନ୍ଧ ନାହିଁ । ଜମାକାରୀଙ୍କ ଫାଇଲରେ ଛତୁ ଫୁଟିଗଲାଣି । କିନ୍ତୁ ମିଛ ମାମଲାରେ ଇଓଡବ୍ଲୁ କାହିଁକି ସମ୍ବାଦ ପଛରେ ପଡିଛି ତାହା ଜଣାପଡୁନାହିଁ । ଅସୀମ ମହାପାତ୍ର ୧୪ ବର୍ଷ ତଳେ ସମ୍ବାଦରେ କାର୍ଯ୍ୟରତ ଥିଲେ । ସେ ସମ୍ବାଦ ଛାଡିବାର ୧୪ବର୍ଷ ହେଲାଣି । ଆଉ ଏବେ ସଚିବଙ୍କୁ ପ୍ରଶ୍ନ ବାଣ ପରେ ସରକାର ଯେତେବେଳେ ପ୍ରତିଶୋଧପରାୟଣ ହୋଇଛନ୍ତି ସେତେବେଳେ ଅସୀମ ମହାପାତ୍ରଙ୍କ ଅଭିଯୋଗ ନେଇ ବି ପ୍ରଶ୍ନ ଉଠିଛିା
ବଡ ପ୍ରଶ୍ନ ହେଉଛି
-୧୪ ବର୍ଷ ଧରି କେଉଁଠି ଥିଲେ ଅସୀମ?
-ଏତେ ବିଳମ୍ବରେ ଋଣ କଥା କାହିଁକି ମନେପଡିଲା?
-ଅସୀମଙ୍କୁ ଇଓଡବ୍ଲୁ ଯିବା ପାଇଁ କିଏ ପ୍ରବର୍ତ୍ତା ଇଛି ?
-ଏ ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀ କରୁଥିବା ବିଜେଡି ମୁଖପାତ୍ର ଲେନିନ ମହାନ୍ତିଙ୍କୁ ପଚାରିବାରୁ କେବଳ ହାତଯୋଡି ଉଠିଯାଇଥିଲେ ।

Advertisment

ସମ୍ବାଦ ପଚାରିଥିବା ପ୍ରଶ୍ନର ଉତର ମିଳିଲାନି । କିନ୍ତୁ ପ୍ରଶ୍ନ ପଚାରିଥିବା ସଂସ୍ଥାକୁ ମାଡ ମାରିବା ଆରମ୍ଭ ହୋଇଛି । ଯେମିତି କୁହାଯାଉଛି, ଅନ୍ଧାରୀ ଶାସନ ଚାଲିଛି ତୁମେ ପଚାରିବାକୁ କିଏ । ଦୀର୍ଘ ୪୦ ବର୍ଷ ହେଲା ସମ୍ବାଦ ନିରପେକ୍ଷ ଖବର ପରିବେଷଣ କରି ରାଜ୍ୟର ଏକ ନମ୍ବର ଖବରକାଗଜ ହୋଇପାରିଛି । ଲୋକଙ୍କ ଆସ୍ଥାଭାଜନ ହୋଇପାରିଛି । ଏଠାରେ ୬୦ ବର୍ଷ ଯାଏଁ କର୍ମଚାରୀମାନେ ସ୍ୱାଧୀନ ଭାବେ କାମ କରିପାରୁଛନ୍ତି । ଆଉ ସଂସ୍ଥା ତରଫରୁ ସେମାନଙ୍କୁ ସମସ୍ତ ପାଉଣା ସହ ସସମ୍ମାନ ବିଦାୟ ସମ୍ବର୍ଦ୍ଧନା ଦିଆଯାଉଛି । ଏଠାରେ ସଂସ୍ଥା କେବେ ବୟସର ତାରତମ୍ୟ ଦେଖିନଥାଏ । କିନ୍ତୁ ୧୪ ବର୍ଷ ତଳେ ଜଣେ କର୍ମଚାରୀଙ୍କ ଇଓଡବ୍ଲୁରେ ଭିତିହୀନ ଅଭିଯୋଗକୁ କେହି ସହଜରେ ଗ୍ରହଣ କରିପାରୁନାହାନ୍ତି ।

ସବୁଠାରୁ ବଡ କଥା ହେଲା, ୧୪ ବର୍ଷ ତଳର ଏକ ମିଛ ଓ ଉଦ୍ଦେଶ୍ୟମୂଳକ ଖବରକୁ ଶାସକ ଦଳ ଦ୍ୱାରା ପରିଚାଳିତ ପେଡ୍ ମିଡିଆ ବଢାଇଚଢାଇ ପ୍ରସାରଣ କରିବା । କିଣା ଖବର ବିକୁଥିବା ଏଭଲି ଗଣମାଧ୍ୟମ ଖବରର ସତ୍ୟତାକୁ ନେଇ ଇଓଡବ୍ଲ୍ୟୁ କାହିଁକି ଯାଂଚ କରୁନାହିଁ ତାକୁ ନେଇ ଅନେକ ପ୍ରଶ୍ନ ଉଠିଛି ।