କନକ ବ୍ୟୁରୋ :୨ ହଜାର ଟଙ୍କା ନୋଟ ବଦଳାଇବାକୁ ଆରବିଆଇ ସାମ୍ନାରେ ଭିଡ ଲାଗିବା ପରେ ଏବେ ଏହାକୁ ନେଇ ତନାଘନା ଆରମ୍ଭ କରିଛି ଇଓଡବ୍ଲୁ । ଟଙ୍କା ବଦଳାଇବାକୁ କିଛି ଦଲାଲ ଦିନ ମଜୁରିଆଙ୍କୁ ଛିଡା କରାଉଥିବାର ଖବର ସାମ୍ନାକୁ ଆସିବା ପରେ ଇଓଡବ୍ଲୁ ଟଙ୍କା ବଦଳାଇବାକୁ ଆରବିଆଇ ସାମ୍ନାରେ ଛିଡା ହୋଇଥିବା ଲୋକଙ୍କୁ ପଚରାଉଚରା ଆରମ୍ଭ କରିଛି । ଟଙ୍କା କାହାର, କେଉଁଠୁ ଆସିଲା, ଏତେ ଦିନ ହେବ କାହିଁକି ଟଙ୍କା ବଦଳାଇନଥିଲେ, ଏ ଟଙ୍କା ବଦଳାଇବାକୁ ଅନ୍ୟ କେହି ଦେଇଛନ୍ତି କି? ଟଙ୍କା ବଦଳାଇବାକୁ କିଛି ପାରିଶ୍ରମିକ ମିଳୁଛି ଏଭଳି ଅନେକ ପ୍ରଶ୍ନ ସାଧାରଣ ଲୋକଙ୍କୁ ପଚାରୁଛି ଇଓଡବ୍ଲୁର ୨ ଜଣିଆ । ସନ୍ଦେହ ହେଉଥିବା ବ୍ୟକ୍ତିଙ୍କ ନାଁ ଠିକଣା ମଧ୍ୟ ଇଓଡବ୍ଲୁ ସଂଗ୍ରହ କରୁଥିବା ସୂଚନା ମିଳୁଛି । ସେମାନଙ୍କର ଆଧାରକାର୍ଡ ନମ୍ବହ ସହ ଫଟୋ ଉଠାଇ ନେଉଥିବା ଦେଖିବାକୁ ମିଳୁଛି । ପରବର୍ତ୍ତୀର୍ ସମୟରେ କିଛି ଲୋକଙ୍କୁ ଇଓଡବ୍ଲୁ ପଚରାଉଚରା କରିପାରେ ବୋଲି ସୂଚନା ମିଳିଛି ।

Kanak News is now on WhatsApp
Join and get latest news updates delivered to you via WhatsApp
ଗତ କିଛି ଦିନ ହେବ ଆରବିଆଇ ସାମ୍ନାରେ ୨ ହଜାର ଟଙ୍କା ନୋଟ ବଦଳାଇବାକୁ ଲମ୍ବା ଲାଇନ ଦେଖିବାକୁ ମିଳୁଥିଲା । ହଠାତ୍ ଏତେ ୨ ହଜାର ଟଙ୍କିଆ ନୋଟ୍ ବଦଳାଇବାକୁ କାହିଁକି ଭିଡ ଲାଗିଲା ତାହାକୁ ନେଇ ସନ୍ଦେହ ଉପୁଜିଥିଲା । ସନ୍ଦେହ କରାଯାଉଛି ଯେ, ପୋଲିସ ନଜରରୁ ବଂଚିବା ପାଇଁ କଳା ଟଙ୍କାକୁ ଧଳା କରିବା ଉଦ୍ଦେଶ୍ୟରେ କିଛି ଦଲାଲଙ୍କୁ ନିୟୋଜିତ କରିଛନ୍ତି ଧନୀ ଶ୍ରେଣୀର ଲୋକ । ବ୍ୟାଙ୍କରେ ଟଙ୍କା ବଦଳ କଲେ କାଳେ ଧରାପଡିଯିବେ, ସେହି ଭୟରେ ସମୟ ସରିଯିବା ପରେ ସିଧା ଆରବିଆଇ ଶାଖାରେ ଲୋକଙ୍କୁ ଲଗାଇ ନିଜ କଳା ଟଙ୍କାକୁ ଧଳା କରିବାରେ ଲାଗିପଡିଛନ୍ତି । କିନ୍ତୁ ଏ ଟଙ୍କା କାହାର ତାହା ସବୁଠୁ ବଡ ପ୍ରଶ୍ନ । କାହା ନିର୍ଦ୍ଦେଶରେ ଏମାନେ ଟଙ୍କା ବଦଳାଇବାକୁ ଲମ୍ବା ଧାଡିରେ ଛିଡା ହେଉଛନ୍ତି ସେ ବାବଦରେ ତନାଘନା ଆରମ୍ଭ କରିଛି ଇଓଡବ୍ଲୁ ।