କନକ ବ୍ୟୁରୋ : ଇଓଡବ୍ଲୁକୁ ‘ଇଭିଲ ଆଉଟଫିଟ୍ ୱିଙ୍ଗ’ କହିଲା ବିଜେପି । ଦଳୀୟ ମୁଖପାତ୍ର ଅନିଲ ବିଶ୍ୱାଳ କହିଛନ୍ତି ଅଣ ଓଡ଼ିଆ ସଚିବଙ୍କ ଅରାଜକତା ଓ ଲୁଟପାଟ ବିରୋଧରେ ଖବର ପ୍ରକାଶ କଲେ ହେଉଛି କାର୍ଯ୍ୟାନୁଷ୍ଠାନ । ଟ୍ୱିଟ କରି ଅନୀଲ ବିଶ୍ୱାଳ କହିଛନ୍ତି ଯିଏ ସରକାରଙ୍କ ବିରୋଧରେ ବିଶେଷ କରି ଅଣଓଡ଼ିଆ ସଚିବଙ୍କ ଅରାଜକତା ଓ ଲୁଟପାଟ ବିରୋଧରେ ଖବର ପ୍ରକାଶ କରିବ ତା ଉପରେ ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ ହେବ । ଗଣମାଧ୍ୟମ ହେଉଛନ୍ତି ଗଣତନ୍ତ୍ର ଚତୁର୍ଥ ସ୍ତମ୍ଭ । ଏମାନଙ୍କ ଉପରେ ଆକ୍ରମଣମାନେ ଗଣତାନ୍ତ୍ରିକ ବ୍ୟବସ୍ଥା ଉପରେ ଆକ୍ରମଣ ।

Advertisment

ସେପଟେ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ରାଜ୍ୟ ବିଜେିପ ସଭାପତି ସମୀର ମହାନ୍ତି । ରାଜନୈତିକ ଅଭିସନ୍ଧି ରଖି ସମ୍ବାଦ ଉପରେ ପ୍ରାୟୋଜିତ ରେଡ କରାଯାଇଛିକହି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ସମୀର ମହାନ୍ତି । ଚତୁର୍ଥ ସ୍ତମ୍ଭ ଉପରେ ରାଜନୈତିକ ଅଭିସନ୍ଧି ରଖି ସରକାର ଯାହା କାର୍ଯ୍ୟାନୁଷ୍ଠାନ କରୁଛନ୍ତି, ଏହା ଓଡ଼ିଶା ପରି ଶାନ୍ତିପ୍ରୀୟ ରାଜ୍ୟରେ ସମୀଚିନ ନୁହେଁ, କି ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ସମୀର ମହାନ୍ତି । ସାଢ଼େ ୪କୋଟି ଓଡ଼ିଆଙ୍କ ସ୍ୱାର୍ଥ ନେଇ ଯଦି କେହି ପ୍ରଶ୍ନ କରୁଛି । ତେବେ ତାକୁ ନାଲିଆଖି ଦେଖାଇବା କେଉଁ ଭଳି ନ୍ୟାୟ ବୋଲି ସମୀର ମହାନ୍ତି ପ୍ରଶ୍ନ କରିଛନ୍ତି ।