କନକ ବ୍ୟୁରୋ: ଜମି କିଣାବିକା ମାମଲାରେ ମନୋରଞ୍ଜନ ଷଡଙ୍ଗୀ ଗିରଫ । ଓଡିଶା ଇନଫ୍ରାଟେକ ନିର୍ଦ୍ଦେଶକ ମନୋରଞ୍ଜନଙ୍କ ଗିରଫ କଲା କ୍ରାଇମବ୍ରାଞ୍ଚ । ଖୋର୍ଦ୍ଧା ଜିଲ୍ଲା ସାରୁଅରେ ହୋଇଥିବା ଜମି କିଣାବିକା ମାମଲାରେ ତାଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରି କୋର୍ଟ ଚାଲାଣ କରିଛି । ମନୋରଞ୍ଜନଙ୍କ ନାଁରେ ଦଫା ୪୨୦, ୪୨୩, ୪୬୭, ୪୬୮, ୪୭୧, ୧୨୦-ବି ଏବଂ ଧାରା ୩ (୧) (ଜି) (କ୍ୟୁ) ଏସସି ଏସଟି ଆଇନରେ ତାଙ୍କୁ ଗିରଫ କରାଯାଇଛି ।
ତେବେ ଜମି କାରବାର ନେଇ ଆଜି ତାଙ୍କୁ ପଚରାଉଚରା କରିଥିଲା କ୍ରାଇମବ୍ରାଞ୍ଚର ଇକୋନମିକ୍ ଅଫେନ୍ସ ୱିଙ୍ଗ । ପଚରା ଉଚରା ବେଳେ ଅନୁସନ୍ଧାନରୁ ଜଣା ପଡିଥିଲା କି ଓଡିଶା ଇନଫ୍ରାଟେକ୍ କମ୍ପାନୀ ଲୋକଙ୍କୁ ଭୟଭୀତ ପଦ୍ଧତି ଆପଣାଇ ଅନୁସୂଚିତ ଜାତିର ଲୋକଙ୍କ ଜମି କ୍ରୟ କରିଛନ୍ତି । ଯାହାକୁ ନେଇ ଆଜି ମନୋରଞ୍ଜନଙ୍କୁ ପଚରାଯାଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/11/18.jpg)