କନକ ବ୍ୟୁରୋ : ୧୦୦ କୋଟିରୁ ଅଧିକ ଟଙ୍କା ଠକେଇ ଅଭିଯୋଗରେ ଦିୟା ଡାଏରୀ ଆଗ୍ରୋ ପ୍ରୋସେସୋର ଏମଡି ଅମ୍ରିତା କିଣ୍ଡୋ ଗିରଫ । ଅମ୍ରିତା ଭୁବନେଶ୍ୱରରୁ ଗିରଫ କରିଛି ଇଓଡବ୍ଲୁ । ଅନ୍ନପୂର୍ଣ୍ଣା ଫାଇନାନ୍ସର ଅଭିଯୋଗ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ସମ୍ବନ୍ଧ ଫାଇନାନ୍ସର ଏମଡି ଅନ୍ନପୂର୍ଣ୍ଣା ପ୍ରାଇଭେଟ୍ ଲିମିଟେଡର ଜାଲ କାଗଜପତ୍ର ଦେଇ ଏସ୍ଏଚଜି ଗ୍ରୁପକୁ ଋଣ ଦେବା ପାଇଁ ୫ କୋଟି ଟଙ୍କା ଋଣ ଆଣି ପରବର୍ତ୍ତୀ ସମୟରେ ଫେରାଇନଥିଲେ ।

Advertisment

କିନ୍ତୁ ଋଣ ନଦେଇ ଆତ୍ମସାତ କରିଥିଲେ । ଯାହାକି ସଂପୂର୍ଣ୍ଣ ବେଆଇନ ଦର୍ଶାଇ ଇଓଡବ୍ଲୁରେ ମାମଲା ରୁଜୁ କରିଥିଲେ । ୨୦୧୭ରୁ ୨୦୨୦ ମଧ୍ୟରେ ଉଭୟ କମ୍ପାନୀ ମଧ୍ୟରେ ଟଙ୍କା ନେଣଦେଣର ପ୍ରମାଣ ପାଇଥିଲା ଇଓଡବ୍ଲୁ । ୧୦୦ କୋଟିରୁ ଅଧିକ ଟଙ୍କା ହଡପ କରିଥିବା ତଦନ୍ତରୁ ଜଣାପଡ଼ିଥିଲା  । ପରେ ଅମ୍ରିତା କିଣ୍ଡୋଙ୍କୁ ଗିରଫ କରାଯାଇଛି । ଦିୟା ଡାଏରୀ ଆଗ୍ରୋ ପ୍ରୋସେସୋର ହେଉଛି ସମ୍ବନ୍ଧ ଫାଇନାନ୍ସର ସିଷ୍ଟର କମ୍ପାନୀ ।