ଆଇଟିଡିସି ନାଁରେ ନେଇ ଠକେଇ । ହୋଟେଲ ବିକ୍ରି କରିବାକୁ କହି ୫୦ ଲକ୍ଷ ଠକେଇ ଅଭିଯୋଗ

105

କନକ ବ୍ୟୁରୋ : ଜାଲ କାଗଜପତ୍ର ଜରିଆରେ ଆଇଟିଡ଼ିସି ହୋଟେଲ ବିକ୍ରି କରିବାକୁ କହି ୫୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗ । ପୁରୀରେ ଥିବା ହୋଟେଲ ନୀଳାଚଳ ଅଶୋକା ହୋଟେଲକୁ ବିକ୍ରି କରିବାକୁ କହି ୫୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଅଭିଯୁକ୍ତ ଅନିକେଶ ସାହୁକୁ ଗିରଫ କରିଛି ଇଓଡ଼ବ୍ଲ୍ୟୁ । ନିଜକୁ ଆଇଟିଡ଼ିସିର ମୁଖ୍ୟ କହି ଜାଲ କାଗଜପତ୍ର ଜରିଆରେ ଚନ୍ଦନ ଆକାଶ ମହାନ୍ତି ପୂର୍ବରୁ ଓଟିଡ଼ିସି ନାଁରେ ୩ କୋଟି ଟଙ୍କା ଠକେଇ କରି ଗିରଫ ହୋଇଥିଲେ ।

ତେବେ ଚନ୍ଦନର ସହଯୋଗୀ ଅଭିଯୁକ୍ତ ଅନିକେଶ ସାହୁକୁ ଗିରଫ କରିଛି ଇଓଡବ୍ଲ୍ୟୁ । ଅଗ୍ରିମ ୫୦ ଲକ୍ଷ ଟଙ୍କା ଦେଇଥିବା ତପନ ମହାନ୍ତି ଏମାନଙ୍କ ଦ୍ୱାରା ଠକେଇ କଥା ଶୁଣିବା ପରେ ବ୍ରେନ ଷ୍ଟ୍ରୋକରେ ହସ୍ପିଟାଲରେ ଆଡ଼ମିସନ ହୋଇଛନ୍ତି । ପୂର୍ବରୁ ଓଟିଡ଼ିସି ନାଁରେ ଠକେଇ କରି ବାବା ବିଜୟାନନ୍ଦ ଚୌଧୁରୀ ଓ ଚନ୍ଦନ ଆକାଶ ଗିରଫ ହୋଇ ଜେଲରେ ଅଛନ୍ତି ।