୩ କୋଟି ୩୩ ଲକ୍ଷ ଟଙ୍କାର ବ୍ୟାଙ୍କ ଦୁର୍ନୀତି ମାମଲା, ୨ଜଣଙ୍କୁ ଗିରଫ କଲା ଇଓଡବ୍ଲୁ ।

225

କନକ ବ୍ୟୁରୋ : ୩ କୋଟି ୩୩ ଲକ୍ଷ ଟଙ୍କାର ବ୍ୟାଙ୍କ ଦୁର୍ନୀତି ଅଭିଯୋଗରେ ୨ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚର ଇଓଡବ୍ଲୁ । ସେଂଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆର ପୂର୍ବତନ ବ୍ରାଞ୍ଚ ମ୍ୟାନେଜର ଓ ଏଗ୍ରୀକଲଚର ଫାଇନାନ୍ସ ଅଫିସରଙ୍କୁ ଗିରଫ କରିଛି ଇଓଡବ୍ଲୁ । ଗିରଫ ହୋଇଥିବା ତକ୍ରାଳୀନ ବ୍ରାଞ୍ଚ ମ୍ୟାନେଜର ହେଲେ ଡମ୍ବରୁଧର ନାୟକ ଓ ପୂର୍ବତନ ଏଗ୍ରୀକଲଚରାଲ ଫାଇନାନ୍ସ ଅଫିସର ।

ଏହାପୂର୍ବରୁ ସେଂଟ୍ରାଲ ବ୍ୟାଙ୍କର ରିଜିଓନାଲ ମୁଖ୍ୟ ଏମାନଙ୍କ ନାଁରେ ଠକେଇ ଅଭିଯୋଗ କରିଥିଲେ । ୨୦୧୫ରୁ ୨୦୧୮ ଭିତରେ ହୋଇଥିଲା ଏହି ଦୁର୍ନୀତି । ସେଂଟ୍ରାଲ କିଶାନ କ୍ରେଡିଟ୍ କାର୍ଡ଼ ନାଁରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା । ବେଆଇନ ଭାବେ ନକଲି ହିତାଧିକାରୀଙ୍କୁ ଦର୍ଶାଇ ଟଙ୍କା ଠକେଇ କରିବା ସହ ସବସିଡ୍ ଟଙ୍କା ମଧ୍ୟ ହଡ଼ପ କରିଥିବା ଅଭିଯୋଗ ହୋଇଥିଲା ।