ପେଶାରେ ବ୍ୟାଙ୍କ କର୍ମଚାରୀ, ନିଶା ତାଙ୍କର ଗଛ ଲଗାଇବା । ପରିବେଶପ୍ରେମୀ ହିମାଂଶୁ ୯ ବର୍ଷରେ ଲଗାଇଲେଣି ୯୫ ହଜାର ଗଛ ।
କନକ ବ୍ୟୁରୋ: ପେଶାରେ ସେ ଜଣେ ବ୍ୟାଙ୍କ କର୍ମଚାରୀ । ହେଲେ ନିଶା ତାଙ୍କର ଗଛ ଲଗାଇବା । ସେ ଗଛ ଲଗାଇବାକୁ ପ୍ରତି ବର୍ଷ ୩ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରିଥାନ୍ତି । ପରିବେଶ ସୁରକ୍ଷା ରଖିବା ସହ ସବୁଜ ସୁନ୍ଦର କରିବାକୁ ଯେମିତି ସେ ସଙ୍କଳ୍ପବଦ୍ଧ ହୋଇଛନ୍ତି । ପୁରୀ କୃଷ୍ଣପ୍ରସାଦ ଗୁମୁଣ୍ଡିଆ ପାଇକ ସାହିର ହିମାଂଶୁ ଶେଖର ଜଣେ ବ୍ୟାଙ୍କ କର୍ମଚାରୀ । ହେଲେ ନିଜ ବ୍ୟସ୍ତବହୁଳ ଜୀବନରୁ କିଛି ସମୟ ବାହାର କରି ଗଛ ଲଗାଇବାକୁ ଭଲ ପାଇଥାନ୍ତି ।

Kanak News is now on WhatsApp
Join and get latest news updates delivered to you via WhatsApp
କର୍ମ କ୍ଷେତ୍ରରୁ ବାହାରି ନିଜ ଗାଁରେ ପହଞ୍ଚି ସ୍କୁଲ କଲେଜ ଗୁଡିକରେ ବୁଲି ବୁଲି ଗଛ ଲଗାଇବା ସହ ଲୋକଙ୍କୁ ସଚେତନ କରୁଛନ୍ତି । ସକାଳୁ ସକାଳୁ ଉଠି ଗାଡି ନେଇ ବାହାରିପଡନ୍ତି ହିମାଂଶୁ । ବିଭିନ୍ନ ଗାଁକୁ ଗାଁ ଯାଇ ଘର ଘର ବୁଲି କଦମ୍ବ ବାଣ୍ଟନ୍ତି, ବାଦାମରୁ ନେଇ ନିମ୍ବ, ହରିଡା , ବାହଡା ଓ ଅଅଁଳା ଗଛ ସବୁ । ଆଜିକୁ ୯ ବର୍ଷ ହେବ ପାଖାପାଖି ୯୫ହଜାର ଗଛ ଲଗାଇ ସାରିଲେଣି ହିମାଂଶୁ ।
ସେ ଗ୍ରୀନ ପାରିକୁଦ ଓ କ୍ଲାଇମେଟ ଚେଞ୍ଜ ସଲ୍ୟୁସନ ନାଁରେ ଦୁଇଟି ପରିବେଶ ସୁରକ୍ଷା ସଙ୍ଗଠନ କରିଛନ୍ତି । ଯେଉଁଥିରେ ବହୁ ଛାତ୍ରଛାତ୍ରୀଙ୍କ ଠାରୁ ନେଇ ସରକାରୀ କର୍ମଚାରୀ ମଧ୍ୟ ରହିଛନ୍ତି । ସମସ୍ତେ ତାଙ୍କ ସହ ଗଛ ଲଗାଇବାରେ ସାମିଲ ହୋଇଛନ୍ତି । ସେହିଭଳି ପାରିକୁଦ ସଙ୍ଗଠନ ନେଇ ଚିଲିକା ଘେରିବନ୍ଧର ଦୁଇ ପାଶ୍ୱର୍ରେ ଅନେକ ଗଛ ଲଗାଇଛନ୍ତି ହିମାଂଶୁ ।