ବିଲ ପାଖରେ ଗଛ ରହିବା ପରିବେଶ ପାଇଁ ଲାଭଦାୟକ। ଗବେଷଣାରୁ ଆସିଲା ଏହି ତଥ୍ୟ…

142

କନକ ବ୍ୟୁରୋ: ବିକାଶ ଏବଂ ପ୍ରକୃତି ମଧ୍ୟରେ ବିରୋଧାଭାସ ସବୁବେଳେ ମଣିଷ ପାଇଁ କ୍ଷତିକାରକ । ସ୍ପଷ୍ଟ ଭାବେ ଆଉ ବାରମ୍ବାର ଏଭଳି ଚିତ୍ର ଦେଖାଯାଇଥାଏ ଯେତେବେଳେ ବି ବିକାଶ କାର୍ଯ୍ୟ ପ୍ରକୃତିଠାରୁ ଦୂରରେ କିମ୍ବା ତାର ବିରୋଧରେ ଯାଇ ହୋଇଥାଏ ସେତେବେଳେ ଏହାର ପ୍ରଭାବ ପରିବେଶ ଉପରେ ପଡିଥାଏ । ଏହା ପଛକୁ ଜଳବାୟୁ ଏବଂ ଶେଷରେ ମଣିଷ ଉପରେ ମଧ୍ୟ ପ୍ରଭାବ ପକାଏ । ବର୍ତ୍ତମାନ ଯେଉଁ ଅଧ୍ୟୟନ କରାଯାଇଛି ସେଥିରୁ ସ୍ପଷ୍ଟ ହୋଇଛି ଯେ, ବିଲ ପାଖରେ ଗଛ ରହିବା ଦ୍ୱାରା ପରିବେଶ ଉପରେ ଭଲ ପ୍ରଭାବ ପଡିଥାଏ । କୃଷି କ୍ଷେତ୍ର ଉପରେ ଉଭୟ ମୃତ ହେଉବା ଜୀବିତ ଗଛ ରହିଲେ ତଥା ଏହି ଭଳି ସ୍ଥାନରେ ଅଧିକ ଗଛ ଲଗାଇଲେ ଜଳବାୟୁ ପରିବର୍ତ୍ତନର ପ୍ରଭାବ କମ କରାଯାଇପାରିବ ।

ଗ୍ଲୋବ୍ ଚେଞ୍ଜ ବାୟୋଲୋଜିରେ ପ୍ରକାଶିତ ନ୍ୟୁ ୟୁନିଭର୍ସିଟି ଅଫ୍ ଆଲବ୍ରୋଟୋର ଅଧ୍ୟୟନରେ ଦର୍ଶାଯାଇଛି ମୃତ ଏବଂ ଜୀବିତ ଗଛ କୃଷକଙ୍କ ପାଇଁ ବହୁତ ମହତ୍ତ୍ୱପୂର୍ଣ୍ଣ । ଏହା ସହ ପରିବେଶ ପାଇଁ ମଧ୍ୟ ଏହା ବେସ ସହାୟକ ହୋଇଥାଏ । ବିଲ ପାଖରେ ବୁଦା ସହ ଶୁଖିଲା ଏବଂ ମୃତ କାଠ ସଂରକ୍ଷିତ ରଖିବା ଦ୍ୱାରା କାର୍ବନ କାଏମ ରଖିବା ସହ ସବୁଜ ଗ୍ୟାସ ଉତ୍ସର୍ଜନ କରିବାରେ ଏହା ସାହାର୍ଯ୍ୟ କରିଥାଏ । ଏହି ଅଧ୍ୟୟନର ପ୍ରମୁଖ ଲେଖକ ତଥା ୟେଲେ ବିଶ୍ୱ ବିଦ୍ୟାଳୟର ସ୍କୁଲ ଅଫ୍ ଏନଭାରମେଣ୍ଟର ଗବେଷକ କୋଲ ଗ୍ରାସଙ୍କ କହିବା କଥା ବିଲ ପାଖରେ ଜୀବିତ ଏବଂ ମୃତ ଗଛ ରହିବା ଦ୍ୱାରା ଏବଂ ସେଠାରେ ଅଧିକରୁ ଅଧିକ ଗଛ ଲଗାଇବା ଦ୍ୱାରା ଜଳବାୟୁ ପରିବର୍ତ୍ତନକୁ କମ କରିବାରେ ପ୍ରଭାବୀ ଉପାୟ । ଗ୍ରାସଙ୍କ ଏହି ଅଧ୍ୟୟନ ଫ୍ୟାକଲ୍ଟ ଅଫ୍ ଏଗ୍ରିକଲଚର, ଲାଇଫ ଆଣ୍ଡ ଏନଭାରମେଣ୍ଟାଲ ସାଇନ୍ସର ପିଏଚଡି ବେଳେ ସାମ୍ନାକୁ ଆସିଥିଲା ।

ତିନି ବର୍ଷର ଅଧ୍ୟୟନ ପରେ ଏହି ତଥ୍ୟ ସାମ୍ନାକୁ ଆସିଥିଲା । ଏଥିରେ ଜଣାପଡିଥିଲା ଯେ ଖେତ ତୁଳନାରେ ନାଇଟ୍ରସ ଅକ୍ସାଇଡର ଉତ୍ସର୍ଜନ ୮୯ ପ୍ରତିଶତ କମ ହୋଇଥାଏ । ଏହି ଗ୍ୟାସ ଏକ ପ୍ରଭାବୀ ସବୁଜ ଗ୍ୟାସ । ଏହି ଗବେଷଣା ବୁଦା ଏବଂ ମୃତ ଗଛର ଫାଇଦା ଜାଣିବା ପାଇଁ ଆରମ୍ଭ ହୋଇଥିଲା । ଅଧ୍ୟୟନରୁ ସ୍ପଷ୍ଟ ହେଲା ଯେ ଗଛ କାର୍ବନ ଗ୍ରହଣ କରିବାରେ ପ୍ରମୁଖ ଭୂମିକା ନେଇଥାଏ । ଏଥିପାଇଁ କୃଷକଙ୍କୁ ବିଲ ପାଖରେ ଗଛ ଲଗାଇବା ଦରକାର ।