ବିଜେପିରେ ଏଣିକି ସହଜରେ ମିଳିବନି ଏଣ୍ଟ୍ରି: ଭଲ ଖରାପ ନେତା ବାଛିବ ବିଜେପିର ନୂଆ ସ୍କ୍ରିନିଂ କମିଟି

176

କନକ ବ୍ୟୁରୋ: ବିଜେପି ଗଠନ କଲା ନୂଆ କମିଟି । ଏହି କମିଟିର ମୁଖ୍ୟ କାମ ରହିବ ଭଲ ଓ ଖରାପ ନେତା ବାଛିବା । ମିଳିଥିବା ସୂଚନା ଅନୁସାରେ ପୂର୍ବ ଦଳ ଛାଡି ଯେଉଁ ଚେହେରା ବିଜେପିରେ ସାମିଲ ହେବାକୁ ଚାହିଁବେ ସେମାନଙ୍କ ବିଷୟରେ ସବିଶେଷ ତଥ୍ୟ ଯୋଗାଡ ସହ ସେମାନଙ୍କୁ ଏଟ୍ରିଂ ଟିକେଟ ମିଳିବ ନା ନାହିଁ ସେକଥା କମିଟି ସ୍ଥିର କରିବ । କହିବାକୁ ଗଲେ ଅନ୍ୟ ଦଳର ନେତାଙ୍କ ଗୁଣ ଚିହ୍ନିବା ରହିବ ସମିତିର ପ୍ରମୁଖ କାମ ରହିବ । ଗଠନ ହୋଇଥିବା କମିଟିର ପ୍ରଥମ ବୈଠକ ଜାନୁଆରୀ ୬ରେ ବସିବ । କୁହାଯାଉଛି ନିର୍ବାଚନ ପରେ କିମ୍ବା ସଙ୍କଟ ସମୟରେ ଅନ୍ୟଦଳରୁ ବିଜେପିକୁ ଆସିଥିବା ନେତା ଯେମିତି କୌଣସି ସମସ୍ୟା ନକରନ୍ତି ଏହା ଉପରେ ଅଧିକ ଫୋକସ କରାଯିବ । ଏଥିସହ ଯିଏ ବିନା ସର୍ତରେ ଓ ବିଜେପି ଆଦର୍ଶ ମାନିବାକୁ ପ୍ରସ୍ୁତ ହେବେ ସେମାନଙ୍କୁ ପ୍ରାଧାନ୍ୟ ଦିଆଯିବ । ଆଗକୁ ସାଧାରଣ ନିର୍ବାଚନ । ପ୍ରତିଥର ପରି ଏଥରକ ମଧ୍ୟ ନେତାମାନଙ୍କ ଦଳ ଅଦଳବଦଳ ପ୍ରକ୍ରିୟା ଆରମ୍ଭ ହେବ । ଏହାକୁ ଦୃଷ୍ଟିରେ ରଖି ବିଜେପି କମିଟି ଗଠନ କରିଛି । ମଙ୍ଗଳବାର ଦିଲ୍ଲୀରେ ବସିଥିବା ବୈଠକରେ ଏହି ନିଷ୍ପତି ନିଆଯାଇଛି । ଏଥିସହ ବୈଠକରେ ଏକଥା ମଧ୍ୟ ଆଲୋଚନା କରାଯାଇଛି ଯେ ନିର୍ବାଚନ ପ୍ରଚାର ବେଳେ କେଉଁଠି କେତେ ରାଲି ହେବ । କେଉଁ ନେତା କେଉଁ ରାଜ୍ୟକୁ ଯିବେ? କେଉଁ ନିର୍ବାଚନୀ ମଣ୍ଡଳୀ ଉପରେ ଅଧିକ ଫୋକସ କରାଯିବ ।