କନକ ବ୍ୟୁରୋ : ଗତ ରବିବାର ଦିନ ସେଲଫି ନେବାବେଳେ ଚେଙ୍ଗଲପଟ୍ଟୁର ପାଲାର ନଦୀରେ ଗୋଟିଏ ପରିବାରର ପୂରା ସଦସ୍ୟ ଭାସି ଯାଇଥିବାର ଘଟଣା ସାମ୍ନାକୁ ଆସିଛି। ମିଳିଥିବା ସୂଚନା ମୁତାବକ, ନଦୀରୁ କୌଣସି ମୃତଦେହକୁ ଉଦ୍ଧାର କରାଯାଇ ନଥିଲା। ନିଖୋଜଙ୍କ ମଧ୍ୟରେ ଲିୟୋନସିଂହ ରାଜା ରହିଛନ୍ତି । ଯିଏ ତିରୁସୁଲମରେ ଏକ ଦୋକାନ ଚଳାଉଥିଲେ। ତାଙ୍କ ଝିଅ ପର୍ସି ଏବଂ ତାଙ୍କ ଭାଇ ଲିଭିଙ୍ଗଷ୍ଟନ୍ ମଧ୍ୟ ନିଖୋଜ ଅଛନ୍ତି।

Advertisment

ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ, ଚେଙ୍ଗଲପାଟୁର ପାଲାର ନଦୀ ନିକଟକୁ ନ ଯିବାକୁ ଚେତାବନୀ ଦେବା ସ‌ତ୍ତ୍ବେ ୨୦ ଜଣିଆ ଦଳ ସେଲଫି ନେବା ପାଇଁ ନଦୀ ନିକଟକୁ ଯାଇଥିଲେ। ପାଲାର ପୁଲିସର ସୂଚନାନୁସାରେ, ଲିୟୋନସିଂହ ରାଜ ଏବଂ ତାଙ୍କ ପିଲାମାନେ ନଦୀ ଭିତରକୁ ଗାଧୋଇବାକୁ ଯାଇଥିଲେ। ଆଉ ସେଠାରେ ସେଲଫି ନେଇଥିଲେ। ଏହି ସେଲଫି ନେବା ସମୟରେ ଗୋଡ଼ ଖସି ଯିବାରୁ ତିନିଜଣଯାକ ଭାସି ଯାଇଥିଲେ। ଅନ୍ୟମାନେ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ନିକଟସ୍ଥ ଚେଙ୍ଗଲପାଟ୍ଟୁ ଡିପୋରୁ ଅଗ୍ନିଶମ ବାହିନୀ ଏବଂ ଉଦ୍ଧାରକାରୀ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । କିନ୍ତୁ ନଦୀରେ ଜଳସ୍ତର ଅଧିକ ଥିବାରୁ କୌଣସି ସୁଫଳ ମିଳିନଥିଲା । ପୁଲିସ କହିଛି ଯେ ଲିୟୋନସିଂହ ରାଜା ପିଲାମାନଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଥିଲେ କିନ୍ତୁ ହଠାତ୍ ସେ ଭାରସାମ୍ୟ ହରାଇବାରୁ ତିନିଜଣ ନଦୀ ସ୍ରୋତରେ ଭାସି ଯାଇଥି‌ଲେ।