ଖୁସି ଛଡାଇନେଲା ଛୁଟି । ସାଙ୍ଗ ହୋଇ ବୁଲିବାକୁ ଯାଇଥିଲେ, ସାଙ୍ଗ ହୋଇ ଆଖି ବୁଜିଲେ । ଷ୍ଟାଚ୍ୟୁ ଅଫ ୟୁନିଟ୍ ବୁଲିବାକୁ ଯାଇ ଦୁର୍ଘଟଣାରେ ପ୍ରାଣ ହରାଇଲେ ଗୋଟିଏ ପରିବାରର ୫ ସଦସ୍ୟ

Advertisment
ଖୁସି ଛଡାଇନେଲା ଛୁଟି । ସାଙ୍ଗ ହୋଇ ବୁଲିବାକୁ ଯାଇଥିଲେ, ସାଙ୍ଗ ହୋଇ ଆଖି ବୁଜିଲେ । ଷ୍ଟାଚ୍ୟୁ ଅଫ ୟୁନିଟ୍ ବୁଲିବାକୁ ଯାଇ ଦୁର୍ଘଟଣାରେ ପ୍ରାଣ ହରାଇଲେ ଗୋଟିଏ ପରିବାରର ୫ ସଦସ୍ୟ

କନକ ବ୍ୟୁରୋ: ବିଶ୍ୱର ସର୍ବୋଚ୍ଚ ପ୍ରତିମା ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’କୁ ଦେଖିବା ପାଇଁ ପ୍ରତିଦିନ ଦେଶ ଓ ଦେଶ ବାହାରୁ ପର୍ୟ୍ୟଟକମାନେ ଆସିଥାଆନ୍ତି । ଛୁଟି ସମୟରେ ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ରେ ଲୋକଙ୍କ ଅଧିକ ଭିଡ଼ ଜମି ରହିଥାଏ। ଗତ ରବିବାର ବଡୋଦରାରେ ବସବାସ କରୁଥିବା ଏକ ପରିବାର ବହୁ ଖୁସିରେ ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’କୁ ବୁଲିବାକୁ ଯାଇଥିଲେ। କିନ୍ତୁ ଦୁର୍ଭାଗ୍ୟବଶତଃ ଏ ପରିବାର ଆଉ ଘରକୁ ଫେରି ନଥିଲା। ଏନେଇ ଉକ୍ତ ପରିବାରବର୍ଗଙ୍କ ସମ୍ପର୍କୀୟ ଯେତେବେଳେ ପୁଲିସରେ ଅଭିଯୋଗ କରିଥିଲେ, ପୁଲିସ ତଦନ୍ତ ଆରମ୍ଭ କରିଥିଲା। ପାଞ୍ଚଦିନପରେ ଇଭୋଇ ନିକଟସ୍ଥ ନର୍ମଦା କେନାଲରୁ ପୂରା ପରିବାର ସଦସ୍ୟଙ୍କ ଶବକୁ ପୁଲିସ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।

ଗତ ରବିବାର ମାର୍ଚ୍ଚ ୧ରେ ବଡୋଦରାରେ ରହୁଥିବା କଲପେସ୍ ପରମାର, ତାଙ୍କ ସ୍ତ୍ରୀ ତୃପ୍ତି ପରମାର, ମା’ ଉଷା, ଚାରି ବର୍ଷର ପୁଅ ଅଥର୍ବ ଓ ଝିଅ ନିୟତିଙ୍କୁ ନେଇ ନିଜ କାରରେ ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ ଦେଖିବାକୁ ଯାଇଥିଲେ। ସେଠାରେ ସେ ଉଠାଇଥିବା ଫଟୋକୁ ବି ନିଜ ସମ୍ପର୍କୀୟଙ୍କ ପାଖକୁ ପଠାଇଥିଲେ। କିନ୍ତୁ ରାତି ଅଧିକ ହୋଇଥିଲେ ହେଁ ସେମାନେ ଆଉ ଘରକୁ ଫେରି ନଥିଲେ।

ସମ୍ପର୍କୀୟମାନେ ଉକ୍ତ ପରିବାର ସଦସ୍ୟଙ୍କୁ ଯୋଗଯୋଗ କରିବାକୁ ବହୁତ ଚେଷ୍ଟା କରିଥିଲେ ହେଁ, ଫୋନ୍ ସୁଇଜ ଅଫ୍ କହିଥିଲା। ତେଣୁ ସେମାନେ ପୁଲିସରେ ଅଭିଯୋଗ କରିଥିଲେ। ଏହାପରେ କେଓଡିଆ ପୁଲିସ ତଦନ୍ତ ଆରମ୍ଭ କରି ଦେଇଥିଲା ବେଳେ ସ୍ଥାନୀୟଲୋକ ନର୍ମଦା କେନାଲରେ ଜଣେ ମହିଳାଙ୍କ ଶବ ଭାସୁଥିବା ପୁଲିସରେ ଖବର ଦେଇଥିଲେ।

ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିବା ପରେ ସେଠାରୁ ମହିଳାଙ୍କ ମୃତଦେହ ଉଦ୍ଧାର କରିଥିଲା। ମହିଳାଙ୍କ ପୋଷାକ ଓ ସେ ପିନ୍ଧିଥିବା ଗହଣା ପରିବାରବର୍ଗଙ୍କୁ ଦେଖାଇବା ପରେ ସେମାନେ ନିଜ ସମ୍ପର୍କୀୟଙ୍କୁ ଚିହ୍ନଟ କରି ଦୁଃଖରେ ଭାଙ୍ଗି ପଡ଼ିଥିଲେ। ଏହାପରେ ପୁଲିସ କେନାଲ ନିକଟରେ ପଡ଼ିଥିବା କାର ଭିତରେ ପରିବାରର ଅନ୍ୟ ସଦସ୍ୟଙ୍କ ମୃତଦେହ ଥିବା ଦେଖିବାକୁ ପାଇଥିଲା। ପୁଲିସ ସମସ୍ତ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ତେବେ କାରଟି କିପରି କେନାଲକୁ ଖସି ପଡ଼ିଥିଲା ସେ ନେଇ ତଦନ୍ତ ଜାରି ରଖିଛି ପୁଲିସ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe