ମଦ ଦୋକାନ ଖୋଲିବାକୁ ରାଜ୍ୟରେ ଉତ୍ସାହ : ୧୨ଶହ ୯୭ ମଦ ଦୋକାନ ପାଇଁ ଆବେଦନ କରିଛନ୍ତି ୧୯ ହଜାର ୪୧୬

ଗୋଟିଏ ଦୋକାନ ପାଇଁ ୧୫ ଆବେଦନକାରୀ; ଏପ୍ରିଲ ୩ ଯାଏଁ ସମୟ ଦିଆଯାଇଥିବାରୁ ଆହୁରି ବଢ଼ିପାରେ ଆବେଦନକାରୀଙ୍କ ସଂଖ୍ୟା

686

କନକ ବ୍ୟୁରୋ : ଭାରତ ପ୍ରସ୍ତୁତ ବିଦେଶୀ ମଦ ଏବଂ ଇଏନ୍ଏ ଦେଶୀ ମଦ ଦୋକାନ ପାଇଁ ରାଜ୍ୟ ସରକାର ଲଟେରି ବ୍ୟବସ୍ଥା ଆରମ୍ଭ କରିବା ପରେ ଏହାକୁ ନେଇ ମଦ ବ୍ୟବସାୟୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ରାଜ୍ୟର ୧୧ଶହ ୫୬ଟି ବିଦେଶୀ ମଦ ଓ ୨୪୦ଟି ଦେଶୀ ବଦ ଦୋକାନ ପାଇଁ ଲଟେରି ହେଉଥିବା ବେଳେ ଏପ୍ରିଲ ୩ ତାରିଖ ପର୍ଯ୍ୟନ୍ତ ଆବେଦନ କରିବାକୁ ସମୟ ଦିଆଯାଇଛି । ଏଥିରେ ଏବେ ସୁଦ୍ଧା ୧୯ ହଜାର ୪୧୬ଜଣ ଆବେଦନ କରିଥିବା ଜଣାପଡ଼ିଛି ।

ଅବକାରୀ ବିଭାଗ ସ୍ୱତ୍ରରୁ ମିଳିଥିବା ସୂଚନା ଅନୁସାରେ, ଗତକାଲି ସୁଦ୍ଧା ଏକ ହଜାର ୨୯୭ ମଦ ଦୋକାନ ପାଇଁ ୧୯ ହଜାର ୪୧୬ ଜଣ ଆବେଦନ କରିଛନ୍ତି । ଗୋଟିଏ ମଦ ଦୋକାନ ପାଇଁ ପ୍ରାୟ ୧୫ଜଣ ଲେଖାଏର୍ ଆବେଦନ କରିଛନ୍ତି । ଏଥିରୁ ୧୧ଶହ ୩୨ଟି ବିଦେଶୀ ମଦ ଦୋକାନ ପାଇଁ ୧୮ଶହ ୫୩୦ଟି ଆବେଦନ ଆସିଛି । ୩୧ଟି ଅବକାରୀ ଜିଲ୍ଲାରୁ ୨୭ଟି ଜିଲ୍ଲା ପାଇଁ ଆବେଦନ ଆସିଛି । ୨୪ଟି ଦୋକାନ ପାଇଁ ଆବେଦନ ଆସିନଥିବା ବେଳେ ଶେଷ ତାରିଖ ସୁଦ୍ଧା ଏଥିରେ ବି ଆବେଦନକାରୀଙ୍କ ସଂଖ୍ୟା ବଢ଼ିବ ବୋଲି ଅବକାରୀ ବିଭାଗ ଆଶା ରଖିଛି ।