ବଡ ପରଦାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଜୀବନ କାହାଣୀ । ସିନେମା ପରଦାରେ ଆସିବ କେଜ୍ରିୱାଲଙ୍କ ରାଜନୈତିକ ଜୀବନର ଅନେକ ଅକୁହା କଥା । ଆମେରିକାର ମିଡିଆ କମ୍ପାନୀ ୱାଇସ ଦ୍ୱାରା ପ୍ରସ୍ତୁତ ଏହି ସିନେମାର ଟାଇଟଲ ରହିଛି ‘ଆନ୍ ଇନସିଗନିଫିକାଂଟ୍ ମ୍ୟାନ’ । ବିଦେଶ ସହ ନଭେମ୍ବର ୧୭ରେ ଭାରତରେ ସିନେମାକୁ ରିଲିଜ କରାଯିବ ।
ପୂର୍ବରୁ ଟରଂଟୋ ସିନେମା ଫେଷ୍ଟିଭାଲରେ ପ୍ରଦର୍ଶିର୍ତ ହୋଇ ପ୍ରଶଂସା ସାଉଁଠିଛି ଏହ ପଲଟିକାଲ ଡ୍ରାମା । ତେବେ ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ଖୁସବୁ ଓ ବୀଣା ଶୁକ୍ଲା । ପୂର୍ବରୁ ସିନେମାର ରିଲିଜ ନେଇ ବିବାଦ ଦେଖିବାକୁ ମିଳିଥିଲା । ସେନସର୍ ବୋର୍ଡ ଏହାର ମୁକ୍ତିଲାଭ ଉପରେ ଆପତ୍ତି ଉଠାଇ ଏନଓସି ଦାଖଲ କରିବାକୁ କହିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/10/19-1.jpg)