କନକ ବ୍ୟୁରୋ : ଅହମଦାବାଦ ଏୟାର୍ ଇଣ୍ଡିଆ ବିମାନ ଦୁର୍ଘଟଣାରେ ଅଫିସର୍ କ୍ଲାଇବ କୁନ୍ଦରଙ୍କ ଜୀବନ ଚାଲିଗଲା । ଦୁର୍ଘଟଣା ପରେ ସୋସିଆଲ୍ ମିଡ଼ିଆରେ ଏହି ଖବର ଖେଳିଗଲା ଯେ କ୍ଲାଇବ ହେଉଛନ୍ତି ବଲିଉଡ୍ ଅଭିନେତା ବିକ୍ରାନ୍ତ ମେସିଙ୍କ ମାମୁ ପୁଅ ଭାଇ । ତେବେ ବର୍ତ୍ତମାନ ବିକ୍ରାନ୍ତ ସାମ୍ନାକୁ ଆସି ଏହି ଖବରକୁ ଖଣ୍ଡନ କରିଛନ୍ତି । ବିମାନ ଦୁର୍ଘଟଣା ପରେ ଅଭିନେତା ଇନଷ୍ଟାଗ୍ରାମ ଷ୍ଟୋରିରେ ନିଜ ଦୁଃଖ ବ୍ୟକ୍ତ କରିଥିଲେ । ସେ ଲେଖିଥିରେ ଯେ ତାଙ୍କ ମାମୁ କ୍ଲିଫୋର୍ଡ କୁନ୍ଦରଙ୍କ ପୁଅ କ୍ଲାଇବ କୁନ୍ଦର ଏହି ଦୁର୍ଘଟଣାର ଶିକାର ହୋଇଛନ୍ତି । ବିକ୍ରାନ୍ତଙ୍କ ଏହି ଷ୍ଟୋରି ପରେ ସୋସିଆଲ୍ ମିଡ଼ିଆରେ ଖବର ଖେଳିଗଲା ଯେ ବିକ୍ରାନ୍ତଙ୍କ କଜିନଙ୍କ ମୃତ୍ୟୁ ହୋଇଯାଇଛି । ତେବେ ବର୍ତ୍ତମାନ ଲୋକଙ୍କ ଭ୍ରମକୁ ଦୂର କରିବା ପାଇଁ ବିକ୍ରାନ୍ତ ଆଉ ଏକ ପୋଷ୍ଟ୍ କରି କହିଛନ୍ତି ଯେ ମୃତ କ୍ଲାଇବ ତାଙ୍କ ସମ୍ପର୍କୀୟ ନୁହନ୍ତି , ସେ ହେଉଛନ୍ତି ତାଙ୍କର ଫ୍ୟାମିଲି ଫ୍ରେଣ୍ଡ୍ । 

Advertisment
Vikrant-Massey
Vikrant-Massey Photograph: (google)

ବିକ୍ରାନ୍ତ ନିଜ ପୋଷ୍ଟରେ ଲେଖିଛନ୍ତି ଯେ ‘‘ଗଣମାଧ୍ୟମ ଏବଂ ସୋସିଆଲ୍ ମିଡ଼ିଆ ସହ ଜଡ଼ିତ ଥିବା ସାଥିମାନଙ୍କୁ ମୋର ଅନୁରୋଧ ବିମାନ ଦୁର୍ଘଟଣାରେ ଜୀବନ ହରାଇଥିବା ଅଫିସର୍ କ୍ଲାଇବ କୁନ୍ଦରଙ୍କୁ ନେଇ କୌଣସି ଭ୍ରମରେ ରୁହନ୍ତୁ ନାହିଁ । ସେ ମୋର ମାମୁ ପୁଅ ଭାଇ ନୁହନ୍ତି ବରଂ ତାଙ୍କ ପରିବାର ସହ ଆମର ଭଲ ସମ୍ବନ୍ଧ ରହିଛି । ଦୟାକରି ଏଭଳି ଦୁଃଖର ସମୟରେ ତାଙ୍କ ପରିବାରକୁ ଶାନ୍ତିରେ ଶୋକ ପାଳନ କରିବାକୁ ଦିଅନ୍ତୁ ।’’