କନକ ବ୍ୟୁରୋ : ଲାଇଟ୍ , କ୍ୟାମେରା , ଆକ୍ସନ୍ .. ବଲିଉଡର ହାଇଫାଇ ଷ୍ଟାଇଲ୍ ଏବଂ କାହାଣୀକୁ ସିନେପ୍ରେମୀ ଯେତେ ଦେଖିବାକୁ ପସନ୍ଦ କରୁଛନ୍ତି ତା’ଠାରୁ ଅଧିକ ଟଲିଉଡ୍ ସିନେମାକୁ ପସନ୍ଦ କରୁଛନ୍ତି । କାରଣ ଟଲିଉଡର ଗୀତ , ଡ୍ୟାନ୍ସ , ଆକ୍ସନ୍ , ଭିନ୍ନ ଭିନ୍ନ କାହାଣୀ ଦର୍ଶକଙ୍କୁ ଭିନ୍ନ ଏକ ଅନୁଭୁତି ଦେଇଥାଏ । ଯାହା ସିନେପ୍ରେମୀଙ୍କୁ ମନୋରଞ୍ଜନ କରିବାରେ ଆଦୌ ଊଣା କରିନଥାଏ । ଅନେକ ସମୟରେ ପ୍ରଶ୍ନ ଉଠେ ବଲିଉଡରେ ଯେମିତି ଅଭିନେତା ପ୍ରତି ଫିଲ୍ମ ପାଇଁ ମୋଟାଅଙ୍କର ପାରିଶ୍ରମିକ ପାଆନ୍ତି କ’ଣ ଠିକ୍ ସେମିତି ସାଉଥ୍ ଷ୍ଟାର୍ ମଧ୍ୟ ପାଆନ୍ତି କି ? ଯଦି ପାରିଶ୍ରମିକ କଥା କହିବା ସାଉଥ୍ ଷ୍ଟାର୍ ବଲିଉଡ୍ ତାରକାଙ୍କ ଠାରୁ ଅଧିକ ପାରିଶ୍ରମିକ ପାଆନ୍ତି । ଯେମିତିକି ..

Advertisment

ଅଲ୍ଲୁ ଅର୍ଜୁନ : ୩୦୦ କୋଟି 
ରଜନୀକାନ୍ତ : ୨୬୦ ରୁ ୨୭୦ କୋଟି 
ଥଲ୍ଲାପଥି ବିଜୟ : ୨୫୦ କୋଟି 
ପ୍ରଭାସ : ୧୭୫ କୋଟି 
ଅଜିଥ୍ କୁମାର : ୧୦୫-୧୬୫ କୋଟି
ଜୁନିୟର୍ ଏନଟିଆର ,ମହେଶ ବାବୁ , ୟଶ୍ , ସୂରିୟା, କମଲ୍ ହାସନ ଭଳି ସାଉଥ୍ ଇଣ୍ଡଷ୍ଟ୍ରିର ଏହି ଅଭିନେତା କୋଟି କୋଟି ଟଙ୍କାରେ ରୋଜଗାର କରନ୍ତି ।  

ଏ ତ ଗଲା ଦକ୍ଷିଣ ସିନେ ଇଣ୍ଡଷ୍ଟ୍ରିର ଅଭିନେତାଙ୍କ ଆୟ କିନ୍ତୁ ଯଦି ଅଭିନେତ୍ରୀଙ୍କ ଆୟକୁ ଦେଖିବା ତା’ହେଲେ ଅଭିନେତାଙ୍କ ଅପେକ୍ଷା ଅଭିନେତ୍ରୀଙ୍କ ପାରିଶ୍ରମିକ କମ୍ । ତାଲିକାକୁ ଯଦି ଦେଖିବେ : 

ନୈନତାରା : ୧୦ କୋଟି 
ସାମନ୍ଥା ଋତପ୍ରଭୁ : ୮-୧୦ କୋଟି
ରଶ୍ମିକା ମନ୍ଦାନା : ୧୦ କୋଟି 
ତ୍ରିଶା କ୍ରିଷ୍ଣନ୍ : ୧୦ ରୁ ୧୨ କୋଟି

ଏହି ପରିପ୍ରେକ୍ଷୀରେ ଅଭିନେତାଙ୍କ ତୁଳନାରେ ଖଳନାୟକଙ୍କ ପାରିଶ୍ରମିକ ମଧ୍ୟ କମ୍ ଥାଏ । ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ ସାଉଥ୍‌ ଇଣ୍ଡଷ୍ଟ୍ରି ଭଳି ବଡ଼ ପରଦାରେ ପାରିଶ୍ରମିକ ମାମଲାରେ ଏତେ ତାରତମ୍ୟ କାହିଁକି ? କାହିଁକି ଅଭିନେତାଙ୍କୁ ମୋଟାଅଙ୍କର ପାରିଶ୍ରମିକ ମିଳୁଥିବା ବେଳେ ଅଭିନେତ୍ରୀ ଏବଂ ଖଳନାୟକଙ୍କୁ ସମୁଦ୍ରକୁ ଶଙ୍ଖେ ଦେଲା ପରି ପାରିଶ୍ରମିକ ମିଳୁଛି ?