କନକ ବ୍ୟୁରୋ : 'କାଣ୍ଟା ଲଗା' ଗୀତରୁ ରାତାରାତି ଷ୍ଟାର୍ ପାଲଟିଥିବା ଶେଫାଲୀ ଜରିୱାଲାଙ୍କର ଦେହାନ୍ତ ମାତ୍ର ୪୨ ବର୍ଷରୁ ହୋଇଗଲା । କମ୍ ବୟସରେ ହୃଦ୍ଘାତରେ ଶେଫାଲୀଙ୍କର ମୃତ୍ୟୁ ହେବା ପରେ 'ବିଗ୍ ବସ୍' ଘର ଉପରେ ଲାଗିଥିବା 'ଅଭିଶାପ' ଟ୍ୟାଗ୍କୁ ପୁଣି ଥରେ ବଢ଼ାଇ ଦେଇଛି । ବିଗ୍ ବସର ପୂର୍ବ ପ୍ରତିଯୋଗୀମାନେ ଏବେ ବିଗ୍ ବସ୍ ଘରକୁ ଅଭିଶପ୍ତ ବୋଲି କହୁଛନ୍ତି । ଶେଫାଲୀଙ୍କ ପୂର୍ବରୁ ମଧ୍ୟ ଅନେକ ପ୍ରତିଯୋଗୀ କମ୍ ବୟସରୁ ହିଁ ଦୁନିଆକୁ ଅଲବିଦା କହିଛନ୍ତି । ତେବେ ଆସନ୍ତୁ ବିଗ୍ ବସ୍ କାର୍ଯ୍ୟକ୍ରମର ସେହି ପୂର୍ବ ପ୍ରତିଯୋଗୀଙ୍କ ବିଷୟରେ ଜାଣିବା ଯେଉଁମାନେ କମ୍ ବୟସରୁ ହିଁ ଦୁନିଆକୁ ଅଲବିଦା କହିଥିଲେ ।
/filters:format(webp)/kanak/media/media_files/2025/07/03/shefali_jariwala_sidharth_shukla-2025-07-03-15-16-13.jpg)
୧. ସିଦ୍ଧାର୍ଥ ଶୁକ୍ଲା
'ବିଗ୍ ବସ୍ ୧୩'ର ବେତାଜ ବାଦଶାହ, ସୋ'ର ବିଜୟୀ ସିଦ୍ଧାର୍ଥ ଶୁକ୍ଲାଙ୍କର ୨୦୨୧ରେ ୪୦ ବର୍ଷ ବୟସରେ ହୃଦ୍ଘାତ ହେତୁ ଦେହାନ୍ତ ହୋଇଥିଲା । ତାଙ୍କର ଅଚାନକ ମୃତ୍ୟୁ ପୂରା ଦେଶକୁ ସ୍ତବ୍ଧ କରି ଦେଇଥିଲା । ଫ୍ୟାନ୍ସମାନଙ୍କ ପାଇଁ ଏହି ଖବର ଏକ ବଡ଼ ଝଟକାଠାରୁ କିଛି କମ୍ ନଥିଲା, କାରଣ ସିଦ୍ଧାର୍ଥ ନିଜର ଫିଟନେସ୍ ପାଇଁ ଜଣା ଯାଉଥିଲେ ।
୨ . ପ୍ରତ୍ୟୁଷା ବାନାର୍ଜୀ
'ବାଳିକା ବଧୂ' ସିରିଏଲ୍ରୁ ଘରେ ଘରେ ପରିଚୟ ସୃଷ୍ଟି କରିଥିବା ପ୍ରତ୍ୟୁଷା ବାନାର୍ଜୀ 'ବିଗ୍ ବସ୍ ୭'ରେ ଅଂଶଗ୍ରହଣ କରିଥିଲେ । ୨୦୧୬ ରେ ମାତ୍ର ୨୪ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିଲା । ସେ ପଙ୍ଖାରେ ଓଢ଼ଣୀ ଲଗାଇ ଆତ୍ମହତ୍ୟା କରିଥିଲେ ।
୩. ସ୍ୱାମୀ ଓମ୍
‘ବିଗ୍ ବସ୍ ୧୦’ର ସବୁଠାରୁ ବିବାଦୀୟ ତଥା ଚର୍ଚ୍ଚିତ ପ୍ରତିଯୋଗୀ ସ୍ୱାମୀ ଓମ୍ ୨୦୨୧ରେ କୋଭିଡ୍-୧୯ ସଂକ୍ରମଣ ଜନିତ ଜଟିଳତା କାରଣରୁ ସବୁଦିନ ପାଇଁ ଆଖି ବୁଜିଥିଲେ । ସୋ'ରେ ନିଜର ଅଜବ କାର୍ଯ୍ୟକଳାପ ଏବଂ ଟିପ୍ପଣୀ ଦ୍ୱାରା ସେ ଚର୍ଚ୍ଚା ସୃଷ୍ଟି କରିଥିଲେ ।
୪. ସୋନାଲି ଫୋଗଟ୍
‘ବିଗ୍ ବସ୍ ୧୪’ର ପ୍ରତିଯୋଗୀ ତଥା ବିଜେପି ନେତା ସୋନାଲି ଫୋଗଟ୍ଙ୍କର ୨୦୨୩ରେ ୪୨ ବର୍ଷ ବୟସରେ ଗୋଆରେ ହୃଦଘାତରେ ମୃତ୍ୟୁ ଘଟିଥିଲା । ସୋନାଲିଙ୍କର ଅଚାନକ ମୃତ୍ୟୁରେ ତାଙ୍କ ପ୍ରଶଂସକ ସ୍ତବ୍ଧ ହୋଇଯାଇଥିଲେ ।
୫. ସୋମଦାସ ଚଥନୁର
‘ବିଗ୍ ବସ୍ ମାଲାୟାଲମ୍’ର ପ୍ରଥମ ସିଜନର ପ୍ରତିଯୋଗୀ ତଥା ଜଣାଶୁଣା ଗାୟକ ସୋମଦାସ ଚଥନୁରଙ୍କର ୨୦୨୧ ମସିହାରେ କୋଭିଡ୍-୧୯ ଜନିତ ଜଟିଳତା କାରଣରୁ ମୃତ୍ୟୁ ଘଟିଥିଲା ।
୬. ଜୟଶ୍ରୀ ରମୈୟା
‘ବିଗ୍ ବସ୍ କନ୍ନଡ଼’ ସିଜନ୍ ୩ ର ପ୍ରତିଯୋଗୀ ଜୟଶ୍ରୀ ରମୈୟା ୨୦୨୦ରେ ଆତ୍ମହତ୍ୟା କରିଥିଲେ । ସେ ଦୀର୍ଘ ସମୟ ଧରି ଡିପ୍ରେସନ୍ରେ ପୀଡ଼ିତ ଥିଲେ ।
୭. ଜେଡ୍ ଗୁଡି
‘ବିଗ୍ ବ୍ରଦର୍’ (ବିଗ୍ ବସ୍ର ବିଦେଶୀ ସଂସ୍କରଣ)ର ପ୍ରତିଯୋଗୀ ଜେଡ୍ ଗୁଡିଙ୍କୁ ସୋ’ (ସିଜନ୍ ୫, ୨୦୦୭) ସମୟରେ ସର୍ଭିକାଲ୍ କ୍ୟାନ୍ସର (ଗର୍ଭାଶୟ ମୁଖ କର୍କଟ) ହୋଇଥିବା ଜଣାପଡ଼ିଥିଲା । ୨ ବର୍ଷ ପରେ ୨୦୦୯ରେ କ୍ୟାନ୍ସର କାରଣରୁ ତାଙ୍କର ମୃତ୍ୟୁ ହୋଇଥିଲା ।
୮. ରାଜୁ ଶ୍ରୀବାସ୍ତବ
ଜଣାଶୁଣା ହାସ୍ୟ ଅଭିନେତା ତଥା ‘ବିଗ୍ ବସ୍ ୩’ର ପ୍ରତିଯୋଗୀ ରାଜୁ ଶ୍ରୀବାସ୍ତବଙ୍କର ୨୦୨୨ରେ ୫୮ ବର୍ଷ ବୟସରେ ମୃତ୍ୟୁ ହୋଇଥିଲା । ଜିମ୍ରେ ୱାର୍କଆଉଟ୍ କରିବା ସମୟରେ ହୃଦଘାତ ହେବାରୁ ସେ ପ୍ରାୟ ୪୦ ଦିନ ଧରି ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ କିନ୍ତୁ ତାଙ୍କୁ ବଞ୍ଚାଇବା ସମ୍ଭବ ହୋଇନଥିଲା । ତାଙ୍କର ମୃତ୍ୟୁ ହାସ୍ୟ ଜଗତକୁ ଏକ ବଡ଼ ଝଟକା ଦେଇଥିଲା ।